ଖୁବ୍ ଶୀଘ୍ର ଖୋଲାଯିବ ରତ୍ନଭଣ୍ଡାର : ଆଇନମନ୍ତ୍ରୀ
ଭୁବନେଶ୍ୱର : ଖୁବ ଶୀଘ୍ର ରତ୍ନଭଣ୍ଡାର ଖୋଲାଯିବ I ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍ଲାଇନ୍ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆଜି ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ତ୍ତ,ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ସେ କହିଛନ୍ତି ୩ ଟି […]
ଭୁବନେଶ୍ୱର : ଖୁବ ଶୀଘ୍ର ରତ୍ନଭଣ୍ଡାର ଖୋଲାଯିବ I ରତ୍ନଭଣ୍ଡାର ଖୋଲାଯାଇ ଗଣତି କରାଯିବ। ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି। ଏନେଇ ଆଜି ସୂଚନା ଦେଇଛନ୍ତି ଓଡ଼ିଶାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ନିର୍ଦ୍ଦିଷ୍ଟ ତାରିଖ ଓ ଗାଇଡ୍ଲାଇନ୍ ବିଭାଗ ପକ୍ଷରୁ ଜଣାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଆଜି ଲୋକସେବା ଭବନରେ ଦାୟିତ୍ୱ ଗ୍ରହଣ କରିଛନ୍ତି ପୂର୍ତ୍ତ,ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଅବସରରେ ସେ କହିଛନ୍ତି ୩ ଟି ବିଭାଗର କାର୍ଯ୍ୟ ବାବଦରେ ଆଲୋଚନା ହୋଇଛି । ବିକାଶ ଲୋକଙ୍କ ପାଖରେ ପହଞ୍ଚାଇବା, ସଂସ୍କୃତି ରକ୍ଷା କରିବା,ରାଜ୍ୟକୁ ଆଗକୁ ନେବାର ଦାୟିତ୍ୱକୁ କିଭଳି ଠିକ ଭାବରେ ପାଳନ କରିବୁ ସେ ବାବଦରେ ଆଲୋଚନା ହୋଇଛି । ଏହାସହ ଅଗଷ୍ଟ ପ୍ରଥମ ସପ୍ତାହରେ ଭୁବନେଶ୍ୱର କୋର୍ଟ କମ୍ପ୍ଲେକ୍ସ ଉଦଘାଟନ କରିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
ସୂଚନାନୁସାରେ,୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ପ୍ରଥମେ ମାର୍ଚ୍ଚ ୨୬ରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଟିମ୍ ରତ୍ନଭଣ୍ଡାର ଯାଞ୍ଚ କରିଥିଲେ। ପରେ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ୧୭ ଜଣିଆ ପ୍ରାଧିକୃତ ଟିମ ଯାଇଥିଲା। ତେବେ ଚାବି ହଜିଥିବାରୁ ଭିତର ରତ୍ନଭଣ୍ଡାର ଖୋଲାଯାଇପାରି ନ ଥିଲା ।




