ରତ୍ନଭଣ୍ଡାର ଯାଞ୍ଚ ପାଇଁ ବସିବ ବୈଠକ

ଭୁବନେଶ୍ୱର : ରତ୍ନଭଣ୍ଡାର ମରାମତି ନେଇ ଆଜି ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ASI ସହ ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଲୋଚନା ହେବ ବୋଲି ଜଣାଯାଇଛି। ଆଜି ଦିନ ୧୧ଟା ବେଳେ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ। ଏଏସଆଇ ଅଧିକାରୀଙ୍କ ସହ ଭିତର ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ […]

Samaya Live Picture
Published On

ଭୁବନେଶ୍ୱର : ରତ୍ନଭଣ୍ଡାର ମରାମତି ନେଇ ଆଜି ବସିବ ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ରତ୍ନଭଣ୍ଡାର ଯାଞ୍ଚ ଓ ମରାମତି ନେଇ ASI ସହ ବୈଠକ ବସିବ। ଏହି ବୈଠକରେ ରତ୍ନଭଣ୍ଡାର ସ୍ଥିତି ଓ ସ୍ଥାୟୀତ୍ୱ ନେଇ ଆଲୋଚନା ହେବ ବୋଲି ଜଣାଯାଇଛି। ଆଜି ଦିନ ୧୧ଟା ବେଳେ ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ।

ଏଏସଆଇ ଅଧିକାରୀଙ୍କ ସହ ଭିତର ରତ୍ନଭଣ୍ଡାର ମରାମତି ନେଇ ବିସ୍ତୃତ ଆଲୋଚନା କରାଯିବ। ଏହି ବୈଠକରେ ରତ୍ନଭଣ୍ଡାରର ମରାମତି ସହ ଲେଜର ସ୍କାନିଂ କି ଜିପିଆରଏସ ସର୍ଭେ କରାଯିବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଏହାପରେ କିପରି ଯାଞ୍ଚ କରାଯିବ ସେ ନେଇ ଏଏସଆଇ ଉଚ୍ଚସ୍ତରୀୟ ବୈଷୟିକ କମିଟି ନିଷ୍ପତ୍ତି ନେବ।ପ୍ରାଥମିକ ଯାଞ୍ଚ ସରିଥିବା ବେଳେ ଖୁବ ଶୀଘ୍ର ଭିତର ଓ ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବା ନେଇ କିଛି ଦିନ ତଳେ ପ୍ରତିକ୍ରିୟା ରଖିଥିଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୨୦୧୮ ମସିହାରୁ ଭିତର ରତ୍ନଭଣ୍ଡାର ଅସୁରକ୍ଷିତ ହୋଇପଡିଥିବା ଯାଞ୍ଚ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

ଦୀର୍ଘବର୍ଷ ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ବହୁମୂଲ୍ୟ ଅଳଙ୍କାର ସବୁ ଖଟଶେଯ ଘରକୁ ସ୍ଥାନାନ୍ତରିତ ହୋଇଛି। ଏବେ ମରାମତି ପରେ ରତ୍ନଗଣତି କରାଯିବ ବୋଲି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ରଥ ମଧ୍ୟ ପ୍ରତିକ୍ରିୟା ରଖିଥିଲେ।

Tags: