ଆଜି ଠାରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ

ପୁରୀ : ଆଜିଠୁ ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ପୁଷ୍ୟାଭିଷେକ ନୀତି, ମକର ସଂକ୍ରାନ୍ତି, ସୁନାବେଶ, ନବାଙ୍କ ବେଶ ଭଳି ବିଭିନ୍ନ ନୀତି ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ମରାମତି କାମ ବନ୍ଦ ରହିଥିଲା । ଆଜିଠୁ ପୁଣିଥରେ ମରାମତି କରାଯିବ। ପ୍ରଥମେ ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ […]

Samaya Live Picture
Published On

ପୁରୀ : ଆଜିଠୁ ପୁଣିଥରେ ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ପୁଷ୍ୟାଭିଷେକ ନୀତି, ମକର ସଂକ୍ରାନ୍ତି, ସୁନାବେଶ, ନବାଙ୍କ ବେଶ ଭଳି ବିଭିନ୍ନ ନୀତି ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜାନୁଆରୀ ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ମରାମତି କାମ ବନ୍ଦ ରହିଥିଲା । ଆଜିଠୁ ପୁଣିଥରେ ମରାମତି କରାଯିବ।

ପ୍ରଥମେ ରତ୍ନଭଣ୍ଡାର ପ୍ଲାଷ୍ଟର ଛଡ଼ା କାର୍ଯ୍ୟ ଶେଷ ହୋଇଛି । ଏବେ କାନ୍ଥର ମରାମତି ଓ ଯେଉଁ ପଥରରେ ଅଧିକ ଫାଟ ରହିଥିବ, ତାକୁ ପରିବର୍ତ୍ତନ କରାଯିବ । ଚଟାଣ ନୂତନ ଭାବେ ନିର୍ମାଣ ହେବ। ଗତ ୧୭ ତାରିଖରୁ ଏଏସ୍‌ଆଇ ଟିମ୍‌ଙ୍କ ତତ୍ତ୍ୱାବଧାନରେ କୁଶଳୀ କାରିଗରଙ୍କ ଦ୍ୱାରା ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲା।

Tags: