ଆସନ୍ତା ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ସ୍ଥଗିତ
ପୁରୀ:ଆସନ୍ତା ୧୨ରୁ ୧୫ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ସ୍ଥଗିତ ରଖାଯାଇଛି। ମକର ସଂକ୍ରାନ୍ତି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ମରାମତି କାମ ବନ୍ଦ କରାଯାଇଛି। ତେବେ ୧୬ରୁ ପୁଣି ଥରେ ମାର୍ଗଦର୍ଶିକା ଅନୁସାରେ ମରାମତି ଆରମ୍ଭ ହେବ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ତିନି ମାସ ଭିତରେ ରତ୍ନ ଭଣ୍ଡାର କାମ ମରାମତି ଶେଷ କରିବା ପାଇଁ ଲକ୍ଷ୍ୟ […]
ପୁରୀ:ଆସନ୍ତା ୧୨ରୁ ୧୫ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାର ମରାମତି ସ୍ଥଗିତ ରଖାଯାଇଛି। ମକର ସଂକ୍ରାନ୍ତି ସହ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ଦୃଷ୍ଟିରୁ ମରାମତି କାମ ବନ୍ଦ କରାଯାଇଛି। ତେବେ ୧୬ରୁ ପୁଣି ଥରେ ମାର୍ଗଦର୍ଶିକା ଅନୁସାରେ ମରାମତି ଆରମ୍ଭ ହେବ।ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପକ୍ଷରୁ ସୂଚନା ଜାରି ହୋଇଛି। ଏଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ତିନି ମାସ ଭିତରେ ରତ୍ନ ଭଣ୍ଡାର କାମ ମରାମତି ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ତେବେ ବିଶେଷ ନୀତିକାନ୍ତି ସମୟରେ କାମ ବନ୍ଦ ରଖାଯାଇ ପୁଣି ଥରେ ଆରମ୍ଭ କରାଯାଉଛି। ଗୁରୁତ୍ବପୂର୍ଣ୍ଣ ନୀତିକାନ୍ତି ସହ ଭକ୍ତଙ୍କ ଗହଳିକୁ ଆଖି ଆଗରେ ରଖି ମଝିରେ ମଝିରେ ରତ୍ନ ଭଣ୍ଡାର କାମ ସ୍ଥଗିତ କରାଯାଉଛି।




