୨୮ ରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ

ପୁରୀ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିଲା। ୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫ ମିନିଟ୍‌ର […]

୨୮ ରୁ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ
Samaya Live Picture
Published On

ପୁରୀ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ଚୂଡାନ୍ତ ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏଏସଆଇ ଅଧିକାରୀ ଓ ଭଣ୍ଡାର ମରାମତିକୁ ନେଇ ସମ୍ପୃକ୍ତ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାରର ବାକି ଥିବା ମରାମତି କାର୍ଯ୍ୟ କରାଯିବା ନେଇ ପୂର୍ବରୁ ନିଷ୍ପତି ହୋଇଥିଲା।

୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫ ମିନିଟ୍‌ର କାମ ହୋଇଛି। ଭିତର ରତ୍ନଭଣ୍ଡାର କାମ ପ୍ରାୟ ସରିଛି। ଚଟାଣ କାମ ବାକି ଅଛି । ବାହାର ଭଣ୍ଡାରରେ ୯ଟି ବକ୍ସ ବିମ ଲାଗିଛି। ଆହୁରି ୫ ଟି ଷ୍ଟେନଲେସ ବିମ ଲାଗିବ। ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ ପ୍ରଣାଳୀରେ ଜାରି ରହିଛି କାର୍ଯ୍ୟ। ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟରେ ଭଣ୍ଡାର ଘର ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି। ଭିତର ରତ୍ନ ଭଣ୍ଡାର କାମ ସରିଛି। ବାହାର ରତ୍ନ ଭଣ୍ଡାର କାମ ଅଳ୍ପ ବାକି ରହିଛି ଆଉ ମାତ୍ର ୫୦ ରୁ ୬୦ ଘଣ୍ଟା ର କାମ ପରେ ତାହା ବି ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Tags: