ଜୁଲାଇ ୮ରେ ଖୋଲିପାରେ ରତ୍ନଭଣ୍ଡାର – ମନ୍ତ୍ରୀ

ଭୁବନେଶ୍ବର: ଜୁଲାଇ ୮ ରୁ ଖୋଲିପାରେ ରତ୍ନ ଭଣ୍ଡାର I ୨୦ ଦିନ ଧରି ଚାଲିବ ଗଣତି ମଣତି କାମ I ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ରତ୍ନର ଗଣତି ହେବ। ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଯାଞ୍ଚ କରିବେ। କମିଟିର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ଖୋଲାଯିବା ନେଇ […]

Samaya Live Picture
Published On

ଭୁବନେଶ୍ବର: ଜୁଲାଇ ୮ ରୁ ଖୋଲିପାରେ ରତ୍ନ ଭଣ୍ଡାର I ୨୦ ଦିନ ଧରି ଚାଲିବ ଗଣତି ମଣତି କାମ I ୮ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ରତ୍ନଭଣ୍ଡାରରେ ଶ୍ରୀଜୀଉଙ୍କ ରତ୍ନର ଗଣତି ହେବ। ତତ୍‌କାଳୀନ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଏହି ଯାଞ୍ଚ କରିବେ। କମିଟିର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ । ରତ୍ନଭଣ୍ଡାର ଖୋଲାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତିା

ସେ କହିଛନ୍ତି, ଏନେଇ ନିଷ୍ପତ୍ତି ସରିଥିବା ବେଳେ ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ। ଏଥିଲାଗି ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରାଯିବ। ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ ତାରିଖ ଚାଲୁଛି ଏହା ଏକ ଗୁଜବ, ଏହି ଗୁଜବକୁ ଲୋକେ ବିଶ୍ବାସ ନ କରନ୍ତୁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିବେଦନ କରିଛନ୍ତିା

ସୂଚନାଯୋଗ୍ୟ ଯେ, ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ଆସନ୍ତା ୪ ତାରିଖରେ ଓଡିଶା ଆସୁଛନ୍ତି। ତାଙ୍କ ଗସ୍ତସୂଚୀରୁ ଏଭଳି ସଙ୍କେତ ମିଳିଛି। ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଜୁଲାଇ ୫ ତାରିଖ ଅପରାହ୍ଣ ୨ଟା ପରେ ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ବୈଠକ ହେବ। ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଜୁଲାଇ ୮ ତାରିଖରୁ ରତ୍ନୠଣ୍ଡାର ଖୋଲିବା ସହ ଗଣତିମଣତି କାମ ଆରମ୍ଭ ହୋଇପାରେ। ଏଭଳି ୧୯ ଦିନ ଧରି ୮ ତାରିଖରୁ ୨୭ ତାରିଖ ଯାଏଁ ରତ୍ନଭଣ୍ଡାର କାମ ଚାଲିବ ବୋଲି କୁହାଯାଉଛି।

Tags: