ରତ୍ନ ଭଣ୍ଡାରରେ ଯୁଦ୍ଧାସ୍ତ୍ର

ପୁରୀ : ବଡ଼ ଠାକୁରଙ୍କ ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧାସ୍ତ୍ର । ଏହା ରାଜାରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ହୋଇଥିବା ଜଣାପଡିଛି । ତେବେ ଅନେକ ଦିନରୁ ରତ୍ନ ଭଣ୍ଡାର ବନ୍ଦ ଥିବା ହେତୁ ଯୁଦ୍ଧାସ୍ତ୍ର କଳା ପଡି ଯାଇଛି I ତେଣୁ ଏହା କେଉଁ ଧାତୁରେ ନିର୍ମିତ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ । ଏନେଇ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସୂଚନାନୁସାରେ,ଗତକାଲି ରତ୍ନଭଣ୍ଡାର ଭିତରେ ୧୧ […]

Samaya Live Picture
Published On

ପୁରୀ : ବଡ଼ ଠାକୁରଙ୍କ ରତ୍ନ ଭଣ୍ଡାରରୁ ମିଳିଲା ଯୁଦ୍ଧାସ୍ତ୍ର । ଏହା ରାଜାରାଜୁଡ଼ା ଅମଳର ଯୁଦ୍ଧାସ୍ତ୍ର ହୋଇଥିବା ଜଣାପଡିଛି । ତେବେ ଅନେକ ଦିନରୁ ରତ୍ନ ଭଣ୍ଡାର ବନ୍ଦ ଥିବା ହେତୁ ଯୁଦ୍ଧାସ୍ତ୍ର କଳା ପଡି ଯାଇଛି I ତେଣୁ ଏହା କେଉଁ ଧାତୁରେ ନିର୍ମିତ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ । ଏନେଇ ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସୂଚନାନୁସାରେ,ଗତକାଲି ରତ୍ନଭଣ୍ଡାର ଭିତରେ ୧୧ ଜଣିଆ ଅଧିକୃତ ଟିମ ଭଣ୍ଡାରର ଘର ଭିତରକୁ ଯାଇ ଦ୍ବିତୀୟ ରତ୍ନଭଣ୍ଡାର ଖୋଲିଥିଲେ । ଏହି ସମୟରେ ଭିତର ରତ୍ନଭଣ୍ଡାରରେ ୪ଟି ଆଲମାରୀ ଓ ୩ଟି ସିନ୍ଦୁକ ଥିବା ଦେଖିଥିଲେ । ଏହାଛଡ଼ା ଭିତର ରତ୍ନଭଣ୍ଡାରରେ ଠାକୁର ରଖିବା ଖଟୁଲି ମଧ୍ୟ ରହିଛି । ସମସ୍ତ ସାମଗ୍ରୀକୁ ଅସ୍ଥାୟୀ ଷ୍ଟ୍ରଙ୍ଗରୁମ (ଖଟଶେଜ) ଘରକୁ ସ୍ଥାନାନ୍ତର କରାଯାଇଛି ।

Tags: