ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ପ୍ରସ୍ତୁତ ହେଲା ଏସଓପି – ଜଷ୍ଟିସ୍ ବିଶ୍ୱନାଥ ରଥ
ପୁରୀ : ପ୍ରସୂତ ହେଲା ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଏସଓପି । ରତ୍ନଭଣ୍ଡାରୁ ସୁରକ୍ଷିତ ଭାବେ ରତ୍ନ ଅଳଙ୍କାର ସବୁ ଖଟଶେଜ ରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ ଏବେ ଏହାର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି । ଏସଓପିରେ ଥିବା ମାର୍ଗଦର୍ଶିକା ଅନୁସାରେ ଆମେ କାମ କରିବୁ। ସେଥିପାଇଁ ଓଡ଼ିଶାବାସୀ ଧର୍ଯ୍ୟ ଧରନ୍ତୁ। ଆଜି ଏପରି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ଏସଓପି ପ୍ରସ୍ତୁତ ପରେ […]
ପୁରୀ : ପ୍ରସୂତ ହେଲା ରତ୍ନ ଅଳଙ୍କାର ଗଣତି ମଣତି ପାଇଁ ଏସଓପି । ରତ୍ନଭଣ୍ଡାରୁ ସୁରକ୍ଷିତ ଭାବେ ରତ୍ନ ଅଳଙ୍କାର ସବୁ ଖଟଶେଜ ରୁମକୁ ସ୍ଥାନାନ୍ତର ହୋଇଥିବା ବେଳେ ଏବେ ଏହାର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଛି । ଏସଓପିରେ ଥିବା ମାର୍ଗଦର୍ଶିକା ଅନୁସାରେ ଆମେ କାମ କରିବୁ। ସେଥିପାଇଁ ଓଡ଼ିଶାବାସୀ ଧର୍ଯ୍ୟ ଧରନ୍ତୁ। ଆଜି ଏପରି କହିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।
ଏସଓପି ପ୍ରସ୍ତୁତ ପରେ ପୁରୀରେ ପହଞ୍ଚିଛନ୍ତି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ । ତାଙ୍କ ସହିତ ସୁପ୍ରମକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ଆଦର୍ଶ ଗୋଏଲ ମଧ୍ୟ ପହଞ୍ଚିଛନ୍ତି । ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଏସଆଇକୁ ରତ୍ନଭଣ୍ଡାର ମରାମତି ପାଇଁ ହସ୍ତାନ୍ତର କରାଯିବ । ଏଏସଆଇ ଭିତର ଓ ବାହାର ରତ୍ନ ଭଣ୍ଡାରର ମରାମତି କରିବେ। ଏହାକୁ ସୁକ୍ଷ୍ମ ଭାବରେ ମରାମତି କରାଯିବ। ଏହାପରେ ରତ୍ନ ଅଳଙ୍କାରକୁ ଗଣତି ମଣତି କରାଯିବ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ତେବେ ଏସଓପିରେ ଥିବା ମାର୍ଗଦର୍ଶିକାକୁ ଗୋପନ ରଖାଯାଇଥିବାରୁ ଏହାକୁ ସର୍ବସମ୍ମୁଖରେ ପ୍ରକାଶ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ ।




