ହଠାତ କାହାରି କଟାଯିବ ନାହିଁ ରାସନ କାର୍ଡ – ମନ୍ତ୍ରୀ
ଭୁବନେଶ୍ୱର : ରାସନ କାର୍ଡକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଏବେବି ୩୦ଲକ୍ଷ ୭୩୪ ଲୋକ e-KYC କରିନାହାଁନ୍ତି। ମାର୍ଚ୍ଚ ୩୧ ପରେ ଜଣା ପଡ଼ିବ କେତେ ଲୋକ e-KYC କରୁନାହାନ୍ତି। ଏହାପରେ କାହିଁକି ହିତାଧିକାରୀ e-KYC କରି ନାହାନ୍ତି ସେନେଇ ଫିଲଡ ଭିଜିଟ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟାଯିବନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ […]
ଭୁବନେଶ୍ୱର : ରାସନ କାର୍ଡକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଏବେବି ୩୦ଲକ୍ଷ ୭୩୪ ଲୋକ e-KYC କରିନାହାଁନ୍ତି। ମାର୍ଚ୍ଚ ୩୧ ପରେ ଜଣା ପଡ଼ିବ କେତେ ଲୋକ e-KYC କରୁନାହାନ୍ତି। ଏହାପରେ କାହିଁକି ହିତାଧିକାରୀ e-KYC କରି ନାହାନ୍ତି ସେନେଇ ଫିଲଡ ଭିଜିଟ କରି ଦେଖିବେ ବିଭାଗୀୟ ଅଧିକାରୀ । ତେବେ ହଠାତ୍ କାହାର ରାସନକାର୍ଡ କଟାଯିବନାହିଁ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ପ୍ରକୃତ ହିତାଧିକାରୀ ଯାଂଚ ପାଇଁ ଫିଜିକାଲ ସର୍ଭେ କରାଯିବ। ସର୍ଭେ ସରିବା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ।
ଅନ୍ୟପଟେ ନୂଆ ରାସନ କାର୍ଡ ପାଇଁ ୬ ଲକ୍ଷ ୩୫ ହଜାର ପୋର୍ଟାଲ ଜରିଆରେ ଆଗରୁ ଆବେଦନ କରିଛନ୍ତି। ଏବେ ସେମାନଙ୍କ ସର୍ଭେ ଚାଲିଛି। ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ। ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ। ନୂଆ ପୋର୍ଟାଲ ଖୋଲିଛି। ଏବେ ସୁଦ୍ଧା ୫୦ ହଜାର ନୂଆ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି। ସମ୍ପୂର୍ଣ୍ଣ ଆବେଦନ ସରିବା ପରେ ଏହାର ଯାଞ୍ଜ ପ୍ରକ୍ରିୟା ଆରମ୍ଭ ହେବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।




