ଜାନୁଆରୀ ୩୧ ସୁଦ୍ଧା E -KYC ସଂଯୋଗ ନଥିଲେ କଟିବ ରାସନ୍ କାର୍ଡ଼
ଭୁବନେଶ୍ୱର : ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । ଜାନୁଆରୀ ୩୧ ତାରିଖ ସୁଦ୍ଧା EKYC ନକଲେ କଟିଯିବ ରାସନ୍ କାର୍ଡ଼ । ରାସନ୍ କାର୍ଡକୁ ନେଇ ଡେଡ଼ ଲାଇନ ଘୋଷଣା କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି E-KYC । ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା […]
ଭୁବନେଶ୍ୱର : ରାସନ୍ କାର୍ଡ଼କୁ ନେଇ ଆସିଲା ବଡ଼ ଖବର । ଜାନୁଆରୀ ୩୧ ତାରିଖ ସୁଦ୍ଧା EKYC ନକଲେ କଟିଯିବ ରାସନ୍ କାର୍ଡ଼ । ରାସନ୍ କାର୍ଡକୁ ନେଇ ଡେଡ଼ ଲାଇନ ଘୋଷଣା କଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ଯୋଗାଣ ମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୯ ଲକ୍ଷ ହିତାଧିକାରୀ କରିନାହାଁନ୍ତି E-KYC ।
ରାସନ କାର୍ଡରେ ପଞ୍ଜୀକୃତ ସମସ୍ତ ସଦସ୍ୟଙ୍କ ପାଇଁ E-KYC ବାଧ୍ୟତାମୂଳକ କରାଯାଇଛି । ଯାହା ଫଳରେ ପ୍ରକୃତ ଯୋଗ୍ୟ ହିତାଧିକାରୀ ସରକାରଙ୍କ ସୁବିଧା ପାଇବାରୁ ବଞ୍ଚିତ ହେବେ ନାହିଁ । ପୂର୍ବରୁ ମଧ୍ୟ ସରକାର E-KYC କରିବା ପାଇଁ ସୂଚନା ଦେଇଥିଲେ । କାରଣ ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ E-KYC ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ରାଜ୍ୟ ବାହାରେ ଥିବା ହିତାଧିକାରୀ ମଧ୍ୟ E-KYC କରିଛନ୍ତି ।




