ପୁରୀରୁ ଆଜ୍ଞାମାଳ ଆସିବା ପରେ ଆଜି ରଥକାଠ ଚିରଟ ଅନୁକୂଳ
କଟକ : ପରମ୍ପରା ଅନୁସାରେ ଶ୍ରୀରାମ ନବମୀରେ ଅନୁକୂଳ ହୋଇଛି ରଥ କାଠ ଚିରଟ I କଟକରେ ରଥ କାଠ ପହଁଚି ଥିବାବେଳେ ପୁରୀରୁ ଆସିଛି ଆଜ୍ଞା ମାଳ I କଟକ ଖପୁରିଆ କରତ କଳର ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଦୁଇ ଖଣ୍ଡ ଧଉରା କାଠକୁ ଚିରଟ କରାଯାଇଛି । ସେଥିଲାଗି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ଟିମ୍ କଟକ ଗସ୍ତ କରିଛନ୍ତି। ଶ୍ରୀମନ୍ଦିର ଭାରପ୍ରାପ୍ତ ଅଧିକାରୀ (ନୀତି) ରବିନ୍ଦ୍ରନାଥ ଦାସ, […]
କଟକ : ପରମ୍ପରା ଅନୁସାରେ ଶ୍ରୀରାମ ନବମୀରେ ଅନୁକୂଳ ହୋଇଛି ରଥ କାଠ ଚିରଟ I କଟକରେ ରଥ କାଠ ପହଁଚି ଥିବାବେଳେ ପୁରୀରୁ ଆସିଛି ଆଜ୍ଞା ମାଳ I କଟକ ଖପୁରିଆ କରତ କଳର ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା କରାଯାଇ ଦୁଇ ଖଣ୍ଡ ଧଉରା କାଠକୁ ଚିରଟ କରାଯାଇଛି । ସେଥିଲାଗି ଗୁରୁବାର ଶ୍ରୀମନ୍ଦିର ପ୍ରଶାସନର ୪ ଜଣିଆ ଟିମ୍ କଟକ ଗସ୍ତ କରିଛନ୍ତି। ଶ୍ରୀମନ୍ଦିର ଭାରପ୍ରାପ୍ତ ଅଧିକାରୀ (ନୀତି) ରବିନ୍ଦ୍ରନାଥ ଦାସ, ବରିଷ୍ଠ ତତ୍ତ୍ୱାବଧାରକ ସୁଦର୍ଶମ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଦାର ରବି ଭୋଇ କଟକ ଯାଇଛନ୍ତି।
ସୂଚନାନୁସାରେ,ଆସନ୍ତା ଜୁନ ୨୦ ତାରିଖରେ ଅନୁଷ୍ଠିତ ହେବ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା I ଅକ୍ଷୟ ତୃତୀୟାରୁ ବିଧି ବଦ୍ଧ ଭାବରେ ମହାପ୍ରଭୁଙ୍କ ତିନିରଥ ରଥ ନିର୍ମାଣର ସ୍ୱତନ୍ତ୍ର ବିଧି ରହିଛି। କେଉଁଦିନ ରଥର କ’ଣ ନିର୍ମାଣ କରାଯିବ ତାହା ଏହି ବିଧି ମୁତାବକ କରାଯାଇଥାଏ । ଶ୍ରୀରାମ ନବମୀରେ ତିନିରଥ ନିର୍ମାଣ ଲାଗି କାଠ ଚିରଟ ଅନୁକୂଳ ହେବାର ପରମ୍ପରା ରହିଛି ।




