ପୁରୀରେ ଆରମ୍ଭ ହେଲା ରଥ ଭଙ୍ଗା କାର୍ଯ୍ୟ,ପ୍ରଥମେ ଆରମ୍ଭ ହେଲା ଦେବୀ ସୁଭଦ୍ରାଙ୍କ ‘ଦର୍ପଦଳନ’

ପୁରୀ : ନିକଟରେ ସମାପ୍ତ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା I ଆଜି ଠାରୁ ଆରମ୍ଭ ହୋଇଛି ୩ ରଥ ଫିଟା କାମ I ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ତିନି ରଥ ସମ୍ପୂର୍ଣ ଫିଟାଇବା ପାଇଁ ୭ରୁ ୮ ଦିନ ସମୟ ଲାଗିବ । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ […]

Samaya Live Picture
Published On

ପୁରୀ : ନିକଟରେ ସମାପ୍ତ ହୋଇଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା I ଆଜି ଠାରୁ ଆରମ୍ଭ ହୋଇଛି ୩ ରଥ ଫିଟା କାମ I ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫିଟାଯାଉଛି । ଏହାପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଫିଟାଯିବ । ତିନି ରଥ ସମ୍ପୂର୍ଣ ଫିଟାଇବା ପାଇଁ ୭ରୁ ୮ ଦିନ ସମୟ ଲାଗିବ । ଭୋଇ ସର୍ଦ୍ଧାର ଅନୁକୁଳ କରିବା ପରେ ପ୍ରଥମେ କଳସରୁ ଆରମ୍ଭ ହୋଇଥିଲା ଭଙ୍ଗା କାମ । ତାପରେ ପାରାଭାଡି ଓ ପରେ ପରେ ଦ୍ୱାରବେଢା ଭଙ୍ଗା ଯାଇଛି I

ଶାନ୍ତିଶୃଙ୍ଖଳା ର ସହ ସିଂହଦ୍ଵାର ଠାରେ ବ୍ୟାରିକେଡ଼ ମଧ୍ୟରେ ରଖାଯାଇଥିବା ୩ ରଥ ଭଙ୍ଗା ଆଜିଠାରୁ ଆରମ୍ଭ ହୋଇଛି ।ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗାଯାଉଛି। ଏହା ପରେ ସବୁ ଅଂଶକୁ ଭଙ୍ଗା ଯିବ। ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ କ୍ରମେ ଭୋଇ ସର୍ଦ୍ଦାରଙ୍କ ନେତୃତ୍ୱରେ ୧୦ ଜଣ ଭୋଇ ସେବକ ରଥ ଭାଙ୍ଗିବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ରଥ ସମ୍ପୂର୍ଣ୍ଣ ଫିଟାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ ।

Tags: