ବିଜେଡି ଛାଡିଲେ ରାସେଶ୍ୱରୀ ପାଣିଗ୍ରାହୀ
ସମ୍ବଲପୁର : ସମ୍ବଲପୁରରେ ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବିଜେଡିର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛଛନ୍ତି ରାସେଶ୍ୱରୀ I ତେବେ ବିଜେଡି ଛାଡିବା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି ରାସେଶ୍ୱରୀ । ସୂଚନାନୁଯାୟୀ,ପୂର୍ବରୁ ସମ୍ବଲପୁରର ବିଧାୟିକା ଥିଲେ ବିଜେଡିର ବରିଷ୍ଠ ନେତ୍ରୀ ରାସେଶ୍ୱରୀ ପାଣିଗ୍ରାହୀ I ୨୦୨୪ରେ […]
ସମ୍ବଲପୁର : ସମ୍ବଲପୁରରେ ବିଜେଡିକୁ ବଡ ଝଟକା । ଦଳ ଛାଡିଲେ ବିଜେଡିର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛଛନ୍ତି ରାସେଶ୍ୱରୀ I ତେବେ ବିଜେଡି ଛାଡିବା ପଛର କୌଣସି ନିର୍ଦ୍ଦିଷ୍ଟ କାରଣ ଇସ୍ତଫାପତ୍ରରେ ଉଲ୍ଲେଖ କରିନାହାନ୍ତି ରାସେଶ୍ୱରୀ ।
ସୂଚନାନୁଯାୟୀ,ପୂର୍ବରୁ ସମ୍ବଲପୁରର ବିଧାୟିକା ଥିଲେ ବିଜେଡିର ବରିଷ୍ଠ ନେତ୍ରୀ ରାସେଶ୍ୱରୀ ପାଣିଗ୍ରାହୀ I ୨୦୨୪ରେ ରାସେଶ୍ୱରୀ ଟିକେଟ ଆଶାୟୀ ଥିଲେ ମଧ୍ୟ ଦଳ ରୋହିତ ପୂଜାରୀଙ୍କୁ ଟିକେଟ ଦେଇଛି I ତେବେ ଦଳ ପୂର୍ବରୁ ଏଠାରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଥିଲା । ପରେ ଏଠାରେ ପ୍ରାର୍ଥୀ ପରିବର୍ତ୍ତନ କରି ରୋହିତ ପୂଜାରୀଙ୍କୁ ଦଳ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ରାସେଶ୍ୱରୀଙ୍କ ସମର୍ଥକ ଅସନ୍ତୁଷ୍ଟ ଥିଲେ । ଏପରିକି ରାସେଶ୍ୱରୀଙ୍କୁ ଟିକେଟ ଦେବା ନେଇ ଦଳୀୟ ସୁପ୍ରିମୋ ପୁନଃବିଚାର କରିବା ଆବଶ୍ୟକ ବୋଲି କହିଥିଲେ । କିନ୍ତୁ ପ୍ରାର୍ଥୀ ପରିବର୍ତ୍ତନ ନେଇ କୌଣସି ସଂକେତ ନ ମିଳିବାରୁ ରାସେଶ୍ୱରୀ ବିଜେଡି ଛାଡିଥିବା ଚର୍ଚ୍ଚା ହେଉଛି ।
୨୦୧୪ରୁ ୨୦୧୯ ଯାଏଁ ସମ୍ବଲପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ ରାସେଶ୍ୱରୀ ପାଣିଗ୍ରାହୀ । ତେବେ ୨୦୧୯ରେ ଜୟନାରାୟଣ ମିଶ୍ରଙ୍କ ଠାରୁ ପରାଜିତ ହୋଇଥିଲେ ରାସେଶ୍ୱରୀ ।




