ରସଗୋଲା

ରସଗୋଲା
Ipsita Picture
By: Ipsita
Published On

 

ସାମଗ୍ରୀ :  ଗାଈ ଖୀର ୧ ଲିଟର ,ଲେମ୍ବୁ ରସ / ଦହି : ୨ ଚାମଚ (ଖୀର ଛିଣ୍ଡାଇବା ପାଇଁ),  ସୁଜି : ୧ ଚାମଚ, ଚିନି : ୨ କପ, ପାଣି: ୪ ରୁ ୫ କପ, ଗୁଜୁରାତି ଗୁଣ୍ଡ : ୧/୨ ଚାମଚ ।

ପ୍ରସ୍ତୁତି

ପ୍ରଥମେ ଗୋଟିଏ ପାତ୍ରରେ ଖୀରକୁ ଭଲଭାବେ ଫୁଟାନ୍ତୁ । ଖୀର ଫୁଟି ଆସିଲେ ଗ୍ୟାସ୍ ବନ୍ଦ କରି ସେଥିରେ ଧୀରେ ଧୀରେ ଲେମ୍ବୁ ରସ ମିଶାନ୍ତୁ, ଯାହାଦ୍ୱାରା ଖୀରରୁ ଛେନା ଓ ପାଣି ଅଲଗା ହୋଇଯିବ। ଏବେ ଏକ ସୁତା କପଡ଼ାରେ ଛେନାକୁ ଛାଣି ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ, ଯେପରି ଲେମ୍ବୁର ଖଟାପଣ ବାହାରିଯିବ । କପଡ଼ାକୁ ଚିପୁଡ଼ି ଛେନାରୁ ସବୁ ପାଣି ନିଗାଡ଼ି ଦିଅନ୍ତୁ ଏବଂ ୨୦-୩୦ ମିନିଟ୍ ପାଇଁ ଟାଙ୍ଗି ରଖନ୍ତୁ ।  ଏହାପରେ ଛେନାକୁ ଏକ ଥାଳିରେ କାଢ଼ି ସେଥିରେ ସୁଜି ମିଶାଇ ହାତ ପାପୁଲି ସାହାଯ୍ୟରେ ୮-୧୦ ମିନିଟ୍ ପର୍ଯ୍ୟନ୍ତ ନରମ ହେବା ଯାଏଁ ଚକଟି ଦିଅନ୍ତୁ । ଏହାପରେ ୪-୫ କପ୍ ପାଣି,  ଚିନି ଓ ଗୁଜୁରାତି ଗୁଣ୍ଡ ମିଶାଇ ଫୁଟାଇ ଏକ ପତଳା ଶିରା ପ୍ରସ୍ତୁତ କରନ୍ତୁ ।  ସେପଟେ ଚକଟା ଛେନାରୁ ଛୋଟ ଛୋଟ ଗୁଳା ତିଆରି କରନ୍ତୁ, ଯେପରି ଗୁଳାଗୁଡ଼ିକରେ କୌଣସି ଫାଟ ନଥାଏ । ଏବେ ଫୁଟୁଥିବା ଚିନି ଶିରାରେ ଏହି ଛେନା ଗୁଳାଗୁଡ଼ିକୁ ଗୋଟିଏ ଗୋଟିଏ କରି ଛାଡ଼ନ୍ତୁ । ପାତ୍ରକୁ ଘୋଡ଼ାଇ ତୀବ୍ର ଆଞ୍ଚରେ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଫୁଟାନ୍ତୁ, ଯାହାଦ୍ୱାରା ରସଗୋଲା ଗୁଡ଼ିକ ଆକାରରେ ବଡ଼ ହୋଇଯିବେ ଏବଂ ଶିରାକୁ ଭଲଭାବେ ଶୋଷିନେବେ। ଗ୍ୟାସ୍ ବନ୍ଦ କରିବା ପରେ ରସଗୋଲାକୁ ଶିରାରେ କିଛି ସମୟ ବୁଡ଼ି ରହିବାକୁ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଛେନା ରସଗୋଲା ।

Tags: