ରମାଦେବୀ

ଆଜି ୧୨୬ ତମ ଜନ୍ମଦିନ

  ରମାଦେବୀ
Ipsita Picture
By: Ipsita


କୁହାଯାଏ-ପରିବାର ଜାଗିଲେ ଦେଶ ଜାଗିବ । ଇତିହାସ ପୃଷ୍ଠା ଲେଉଟାଇଲେ ଓଡିଶାର ଏମିତି କତିପୟ ପରିବାର ରହିଛି ଯେଉଁ ପରିବାରର ସ୍ୱତନ୍ତ୍ରତା ସ୍ପଷ୍ଟ ବାରି ହୋଇପଡେ । ଏସବୁ ପରିବାରର ପ୍ରତ୍ୟେକ ସଦସ୍ୟ ଭିନ୍ନ ଭିନ୍ନ କ୍ଷେତ୍ରରେ ବା ବିଶେଷ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି । ସେମାନଙ୍କର ତ୍ୟାଗ, ତିତିକ୍ଷା ଓ ବଳିଦାନ ଏବେବି ଅନତିକ୍ରମଣୀୟ ହୋଇରହିଛି ଓ କାଳ କାଳକୁ ରହିଥିବ ମଧ୍ୟ । ବିସ୍ମୃତିର ପାଣିକନା ସେମାନଙ୍କ କଥା ଓ ଗାଥାକୁ ପୋଛି ଦେଇପାରିବ ନାହିଁ । ଏହା ଅନସ୍ୱୀକାର୍ଯ୍ୟ । ଏମିତି ଏକ ପରିବାର ହେଉଛି ଓଡିଶାର ଚୈାଧୁରୀ ପରିବାର । ଚୈାଧୁରୀ ପରିବାରର ମୁଖିଆ ଥିଲେ ଗୋକୁଳାନନ୍ଦ ଚୌଧୁରୀ, ସେତେବେଳର ପ୍ରତିଷ୍ଠିତ ଆଇନଜୀବୀ ଓ ଜଗତସିଂହପୁରର ବିଶିଷ୍ଟ ଜମିଦାର । ଏହି ପରିବାରର ପ୍ରତ୍ୟେକ ସଦସ୍ୟ ଦେଶର ସ୍ୱରାଜ୍ୟ ପାଇଁ ନିଜକୁ ସମର୍ପି ଦେଇଥିଲେ, ଦେଶ ପାଇଁ ସେହିଭଳି ଅନନ୍ୟ ଉଦାହରଣ ମଧ୍ୟ ସେମାନେ ସୃଷ୍ଟି କରିଯାଇଛନ୍ତିା ତନ୍ମଧ୍ୟରୁ ରମାଦେବୀ ଚୌଧୁରୀ ଥିଲେ ଏହି ପରିବାରର ବଡବୋହୂ ଓ ଧୂଳିମାଟିର ସନ‘ ଭାବେ ପରିଚିତ ଗୋପବନ୍ଧୁ ଚୌଧୁରୀଙ୍କ ସହଧର୍ମିଣୀ । ସେ ହେଉଛନ୍ତି ଗୋପାଳ ବଲ୍ଲଭ ଦାସଙ୍କ ଝିଅ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଝିଆରୀ । 
ଏହି ମହୀୟସୀ ନାରୀନେତ୍ରୀ ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ଜିଲ୍ଲା ଅନ୍ତର୍ଗତ ସାଲେପୁର ଅଞ୍ଚଳର ସତ୍ୟଭାମାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୨୧ ମସିହା ମାର୍ଚ୍ଚ ମାସ ୨୧ ତାରିଖର କଥାା ରମାଦେବୀଙ୍କୁ ସେତେବେଳେ ମାତ୍ର ୨୨ ବର୍ଷା ନାରୀମାନଙ୍କୁ ଜାତୀୟତା ମନ୍ତ୍ରରେ ଅଭିମନ୍ତ୍ରିତ କରିବା ପାଇଁ କଂଗ୍ରେସ ପକ୍ଷରୁ କଟକରେ ଏକ ମହିଳା ସଭାର ଆୟୋଜନ କରାଯାଇଥିଲା । ରମାଦେବୀ ଶାଶୁଙ୍କ ସହିତ ସେ ସଭାକୁ ଯାଇଥିଲୋ ସେହି ସଭାରେ ଗାନ୍ଧିଜୀ ଯୋଗଦେଇ ସମବେତ ମହିଳାଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଆପଣମାନେ ସୌଖିନ ଜୀବନଯାପନ କରିବାକୁ ବଡ଼ କରନ୍ତୁ ନାହିଁ । ଏହି ସ୍ମରଣୀୟ ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଥିଲାା ତାପରେ ରମାଦେବୀ ଦେଶ ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ । ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ମହାତ୍ମାଗାନ୍ଧୀ ଲବଣ ସତ୍ୟାଗ୍ରହ ଓ ୧୯୩୪ ମସିହାରେ ଗାନ୍ଧିଜୀ ହରିଜନ ଯାତ୍ରା ଏହି ପଦଯାତ୍ରାରେ ଥିଲେ ମୀରାବେନ୍‌, ଭାବତୀ ଦେବୀ, ଗୋପବନ୍ଧୁ ଚୌଧୁରୀ ଓ ମା' ରମାଦେବୀ । ଗାନ୍ଧିଜୀ ରମାଦେବୀଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିବା ହରିଜନ ଯାତ୍ରା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।

Read More  ଯୋଗୀ ଶ୍ରୀ ଅରବିନ୍ଦ 


ହିମାଂଶୁ ଶେଖର ଆଚାର୍ଯ୍ୟ
ମୋ: ୯୩୩୭୨୨୧୯୨୪ 

Read More ଜଗତସିଂପୁରରେ ପୁଣି ବାଂଲାଦେଶୀ ଚଢ଼ାଉ

Tags: