ବିଜେଡିରେ ଯୋଗ ଦେଲେ ରମା ବଳିୟାରସିଂହ

ଭୁବନେଶ୍ୱର : ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ଚଳିତ ନିର୍ବାଚନରେ ସେ ବିଜେପିରୁ ଆଶାୟୀ ପ୍ରାର୍ଥୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ କ୍ଷୋଭ ପ୍ରକାଶ କରି ଦଳ ଛାଡିଥିଲେ। ଆଜି ବିଜେଡିରେ ସାମିଲ ହେଉ ହେଉ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରମାରଞ୍ଜନ। ସୂଚନାନୁସାରେ,ଆଜି […]

Samaya Live Picture
Published On

ଭୁବନେଶ୍ୱର : ବିଜେଡିରେ ସାମିଲ ହୋଇଛନ୍ତି ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ। ଆଜି ଶଙ୍ଖ ଭବନରେ ବିଜେଡି ବିଧାୟକ ସଞ୍ଜୟ ଦାସବର୍ମା ଓ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ଚଳିତ ନିର୍ବାଚନରେ ସେ ବିଜେପିରୁ ଆଶାୟୀ ପ୍ରାର୍ଥୀ ଥିଲେ। ହେଲେ ଦଳ ତାଙ୍କୁ ଟିକେଟ ନଦେବାରୁ କ୍ଷୋଭ ପ୍ରକାଶ କରି ଦଳ ଛାଡିଥିଲେ। ଆଜି ବିଜେଡିରେ ସାମିଲ ହେଉ ହେଉ ବିଜେପି ନେତାଙ୍କ ଉପରେ ବର୍ଷିଛନ୍ତି ରମାରଞ୍ଜନ।

ସୂଚନାନୁସାରେ,ଆଜି ରମାରଞ୍ଜନ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ରକୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଥିଲେ। ତେବେ ବିଜେପି ତାଙ୍କୁ ଟିକେଟ୍ ନ ଦେବା କାରଣରୁ ସେ ଅସନ୍ତୁଷ୍ଟ ଥିଲେ । ତାଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ମଧ୍ୟ ଦେଖିବାକୁ ମିଳୁ ନଥିଲା । ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗରେ ଦର୍ଶାଇଥିଲେ I

Tags: