ଓଡ଼ିଆରେ ଶପଥ ନେଲେ ରାଜ୍ୟସଭା ସାଂସଦ ସୁଜିତ କୁମାର
ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର । ଓଡ଼ିଆରେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର। ସୂଚନା ଥାଉକି, ଗତ ୧୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା ଶେଷ ତାରିଖ। ଆଉ ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ […]
ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ ସୁଜିତ କୁମାର । ଓଡ଼ିଆରେ ଶପଥ ନେଲେ ବିଜେପି ସାଂସଦ ସୁଜିତ କୁମାର । ଶପଥ ଗ୍ରହଣ ପରେ ଜୟ ଜଗନ୍ନାଥ ବୋଲି ସମ୍ବୋଧନ କଲେ ସୁଜିତ କୁମାର। ସୂଚନା ଥାଉକି, ଗତ ୧୦ ତାରିଖରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର ଥିଲା ଶେଷ ତାରିଖ। ଆଉ ଓଡ଼ିଶାରୁ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଥିଲେ ବିଜେପି ପ୍ରାର୍ଥୀ ସୁଜିତ କୁମାର। ତାଙ୍କ ବିପକ୍ଷରେ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଦାଖଲ କରି ନ ଥିବାରୁ ସୁଜିତ କୁମାର ନିର୍ଦ୍ଵନ୍ଦ୍ଵରେ ସଂସଦର ଉଚ୍ଚସଦନକୁ ଦ୍ଵିତୀୟ ଥର ନିର୍ବାଚିତ ହୋଇଥିଲେ । ମମତା ମହାନ୍ତଙ୍କ ଫର୍ମୁଲାରେ ସୁଜିତ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରି ପୁଣିଥରେ ଟିକେଟ ଦେଇଥିବାରୁ ସେ ବିଜେପି ଦଳ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଵଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ସୁଜିତ କୁମାର ଧନ୍ୟବାଦ୍ ଜଣାଇଥିଲେ ।
ସୂଚନାନୁସାରେ ଗତ ସେପ୍ଟେମ୍ବର ୬ ତାରିଖରେ ବିଜେଡି ରାଜ୍ୟସଭା ସଂସଦ ପଦରୁ ସୁଜିତ କୁମାର ଇସ୍ତଫା ଦେଇଥିବାରୁ ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ପଡିଥିଲା । ସୁଜିତଙ୍କ କାର୍ଯ୍ୟକାଳ ୨୦୨୬ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ରହିଥିଲା । କିନ୍ତୁ ବିଜେଡି ଛାଡି ବିଜେପିରେ ଯୋଗଦେଇଥିଲେ ସୁଜିତ କୁମାର ।
ତାଙ୍କ ପୂର୍ବରୁ ମମତା ମହନ୍ତ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହା ପରେ ପୁଣି ଥରେ ସେ ବିଜେପି ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ । ମମତା ମହାନ୍ତଙ୍କ ଭଳି ବିଜେପି ପୁଣି ଥରେ ସୁଜିତଙ୍କୁ ରାଜ୍ୟସଭାକୁ ପଠାଉଛି। ବିଧାନସଭାରେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପ୍ରାର୍ଥୀ ହିଁ ରାଜ୍ୟସଭାକୁ ଯିବେ ବୋଲି ପୂର୍ବରୁ ସୁନିଶ୍ଚିତ ହୋଇଥିଲା।




