ରଜ ସଂକ୍ରାନ୍ତି

ରଜ ସଂକ୍ରାନ୍ତି
Ipsita Picture
By: Ipsita
Published On

 

ଓଡ଼ିଆ ଗଣପର୍ବ ରଜ ଉତ୍ସବର ଦ୍ୱିତୀୟ ତଥା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ 'ରଜ ସଂକ୍ରାନ୍ତି' (ମିଥୁନ ସଂକ୍ରାନ୍ତି) ହୋଇଥାଏ । ସାରା ରାଜ୍ୟରେ ପାରମ୍ପରିକ ରୀତିନୀତି ଓ ଅଦ୍ଭୁତ ଉତ୍ସାହର ସହ ଏହାକୁ ପାଳନ କରାଯାଇଥାଏ । ଏହି ବିଶେଷ ଦିନରେ ବସୁଧା ମାତା ସମ୍ପୂର୍ଣ୍ଣ ରଜସ୍ୱଳା ହେଉଥିବା ବିଶ୍ୱାସ କରାଯାଉଥିବାରୁ ଧରିତ୍ରୀ ମାଙ୍କୁ ସମ୍ମାନ ଜଣାଇ ସମସ୍ତ ପ୍ରକାର କୃଷି କାର୍ଯ୍ୟ, ହଳ ଚାଷ ଓ ବସୁମତୀ ଖନନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି, ଯାହା ମାନବ ସମାଜ ସହ ପ୍ରକୃତିର ନିବିଡ଼ ସମ୍ପର୍କକୁ ଦର୍ଶାଇଥାଏ। ପହିଲି ରଜର ସଜବାଜ ପରେ ଆଜି ସଂକ୍ରାନ୍ତି ତିଥିରେ ଘରେ ଘରେ ପୋଡ଼ପିଠା, ମଣ୍ଡା, ଆରିସା ଏବଂ ଚକୁଳି ପିଠାର ମହକ ଗାଁଠୁ ସହର ପର୍ଯ୍ୟନ୍ତ ସବୁଠି ପରିବେଶକୁ ଆମୋଦିତ କରୁଥିବା ବେଳେ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କ ମଧ୍ୟରେ  ରଜପାନର ଆସର ଯମିଥାଏ । ବିଶେଷ କରି ନୂଆ ପୋଷାକ, ଅଳତା ଓ ମଥାରେ ଚନ୍ଦନ ଟିପା ଲଗାଇ କୁମାରୀ କନ୍ୟାମାନେ ରଜ ଦୋଳିର ଆନନ୍ଦ ନେବା ସହ ପାରମ୍ପରିକ ଗୀତର ତାଳେ ତାଳେ ନିଜର ବନ୍ଧୁତ୍ୱକୁ ଆହୁରି ମଜବୁତ କରିଥାଆନ୍ତି । ପୁଚି ଖେଳ ତଥା ତାସ, ବାଗୁଡ଼ି ଭଳି ଗ୍ରାମୀଣ ଖେଳର କୌତୁକିଆ ମାହୋଲ ସମଗ୍ର ଓଡ଼ିଶାକୁ ଉତ୍ସବମୁଖର କରି ଗଢ଼ିତୋଳିଥାଏ, ଯାହା ଆମ ସାଂସ୍କୃତିକ ଐତିହ୍ୟର ଅନନ୍ୟ ଝଲକ ପ୍ରଦାନ କରିଥାଏ ।

Tags: