୩ ଦିନିଆ ରିମାଣ୍ଡରେ ଗଲା ରାଜା ଚକ୍ର
ଭୁବନେଶ୍ୱର : ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡ । ଅନୁମତି ପ୍ରଦାନ କଲେ OPID କୋର୍ଟ । ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ମାମଲାରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ତାଙ୍କୁ ୫ ଦିନ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ୩ ଦିନ ପାଇଁ ଅନୁମତି ମିଳିଛି । ସୂଚନାନୁସାରେ,ଗତ ୧୩ ତାରିଖରେ ସୌମ୍ୟ ଶେଖର ଚକ୍ର ଓରଫ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ […]
ଭୁବନେଶ୍ୱର : ରାଜା ଚକ୍ରଙ୍କୁ ୩ ଦିନିଆ ରିମାଣ୍ଡ । ଅନୁମତି ପ୍ରଦାନ କଲେ OPID କୋର୍ଟ । ଗନ୍ଧମାର୍ଦ୍ଧନ ଲୋଡ଼ିଂ ଏଜେନ୍ସି ମାମଲାରେ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତେବେ ତାଙ୍କୁ ୫ ଦିନ ରିମାଣ୍ଡ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବାବେଳେ ୩ ଦିନ ପାଇଁ ଅନୁମତି ମିଳିଛି ।
ସୂଚନାନୁସାରେ,ଗତ ୧୩ ତାରିଖରେ ସୌମ୍ୟ ଶେଖର ଚକ୍ର ଓରଫ ରାଜା ଚକ୍ରକୁ ଗିରଫ କରିଥିଲା ଇଓଡବ୍ଲୁ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ-ଅପରେଟିଭ ସୋସାଇଟର ଦୁର୍ନୀତି ମାମଲାରେ ଗିରଫ ହୋଇ ବାଲେଶ୍ଵର ଜେଲରେ ଅଛନ୍ତି ରାଜା ଚକ୍ର । କେନ୍ଦୁଝର ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସି ଆଣ୍ଡ ଟ୍ରାନ୍ସପୋର୍ଟିଂ କୋଅପରେଟିଭ ସୋସାଇଟିର ସଦସ୍ୟ ନଥାଇ ରାଜା ଚକ୍ର ଓ ତାଙ୍କ ସହଯୋଗୀ କୋଟି କୋଟି ଟଙ୍କା ଅତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ରାଜା ଚକ୍ରଙ୍କ ବିରୋଧରେ ସିଧାସଳଖ ୯ କୋଟି ୧୦ଲକ୍ଷ ଟଙ୍କାର ହେରଫେର ପ୍ରମାଣ ମିଳିଥିବା କ୍ରାଇମବ୍ରାଞ୍ଚ କହିଛି । ପୂର୍ବରୁ ରାଜା ଚକ୍ରଙ୍କର ୪୨ଟି ଗାଡ଼ିକୁ ସିଜ କରାଯାଇଛି । ବ୍ୟାଙ୍କରେ ଥିବା ତାଙ୍କର ୨୫ ଲକ୍ଷ ଟଙ୍କା ଫ୍ରିଜ କରାଯାଇଛି । ପଚରାଉଚରା ପରେ ରାଜାଚକ୍ରଙ୍କୁ ବାନ୍ଧିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଏବେ ରିମାଣ୍ଡରେ ଆଣି ସତ ବାହାର କରିବାକୁ ଉଦ୍ୟମ କରିବ ଇଓଡବ୍ଲୁ ।




