ଆଜିଠାରୁ ଖୋଲିଲା ରାଜଭବନ ରାଜ ଉଦ୍ୟାନ ,ମୋବାଇଲ ଆପରେ କରନ୍ତୁ ପଞ୍ଜିକରଣ
ଭୁବନେଶ୍ୱର : ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ହେବ ରାଜଭବନ ରାଜ ଉଦ୍ୟାନ । ଆଜି ଠାରୁ ୨୨ ତାରିଖ ଯାଏଁ ଦିନ ୨.୩୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ବିନା ଦେୟରେ ଟିକେଟ କରି ରାଜଭବନ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିପାରିବେ। ସେଠାରେ ଥିବା ବିଭିନ୍ନ ପ୍ରକାରର ଗଛ, ଫୁଲ ଗଛ ବୁଲି ଦେଖିବା ସହିତ କିଛି ବନ୍ୟପ୍ରାଣୀଙ୍କୁ ମଧ୍ୟ ଦେଖିବାର ସୁଯୋଗ ପାଇ ପାରିବେ। ସର୍ବସାଧାରଣ ତା ମଧ୍ୟରେ ଏକ […]
ଭୁବନେଶ୍ୱର : ଆଜିଠାରୁ ସାଧାରଣ ଲୋକଙ୍କ ପାଇଁ ଖୋଲା ହେବ ରାଜଭବନ ରାଜ ଉଦ୍ୟାନ । ଆଜି ଠାରୁ ୨୨ ତାରିଖ ଯାଏଁ ଦିନ ୨.୩୦ ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ପର୍ଯ୍ୟଟକ ବିନା ଦେୟରେ ଟିକେଟ କରି ରାଜଭବନ ଉଦ୍ୟାନ ମଧ୍ୟକୁ ପ୍ରବେଶ କରିପାରିବେ। ସେଠାରେ ଥିବା ବିଭିନ୍ନ ପ୍ରକାରର ଗଛ, ଫୁଲ ଗଛ ବୁଲି ଦେଖିବା ସହିତ କିଛି ବନ୍ୟପ୍ରାଣୀଙ୍କୁ ମଧ୍ୟ ଦେଖିବାର ସୁଯୋଗ ପାଇ ପାରିବେ। ସର୍ବସାଧାରଣ ତା ମଧ୍ୟରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ। ପର୍ଯ୍ୟଟକମାନେ ବ୍ୟସ୍ତ ବହୁଳ ଜୀବନରୁ ବାହାରି ସୁନ୍ଦର ସବୁଜିମା ପରିବେଶରେ ସମୟ ବିତାଇପାରିବେ ।
ଅନ୍ୟପଟେ ତେବେ ସ୍କୁଲ ପିଲାମାନଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନର ସମୟ ସକାଳ ୮:୩୦ରୁ ସକାଳ ୧୦ଟା ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ପରିଦର୍ଶନ ପୂର୍ବରୁ ସ୍କୁଲ କର୍ତ୍ତୃପକ୍ଷ ଆବେଦନ କରିବାକୁ ପଡ଼ିବ। ସ୍କୁଲ ଛାତ୍ରୀଛାତ୍ର ସ୍କୁଲ ପୋଷାକ ଏବଂ ପରିଚୟପତ୍ର ପିନ୍ଧି ଶିକ୍ଷକ କିମ୍ବା କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବେ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ, ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀଛାତ୍ରଙ୍କୁ ପରିଦର୍ଶନ କରିବା ପାଇଁ ଏଡିସି କିମ୍ବା ମୁଖ୍ୟ ସୁରକ୍ଷା ଅଧିକାରୀଙ୍କୁ ଏକ ଅନୁରୋଧ ପତ୍ର ପଠାଇବେ। କେବଳ ମୋବାଇଲ ଆପ ମାଧ୍ୟମରେ ପଞ୍ଜିକରଣ କରି ପ୍ରବେଶ କରିବାକୁ ପଡିବ । ଏହି ମୋବାଇଲ ଆପ୍ ପ୍ଲେ ଷ୍ଟୋର କିମ୍ବା ଆପ୍ ଷ୍ଟୋରରୁ ଡାଉନଲୋଡ୍ କରାଯାଇପାରିବ। https://www.rajbhavanodisha.gov.in/view/raj-bhawan-garden.php କରି ପ୍ରବେଶ କରିପାରିବେ ।




