ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ : ଲାଞ୍ଚ ନେଉଥିବାବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ବାନ୍ଧିଲା ଭିଜିଲାନ୍ସ I ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ । ସୂଚନାନୁସାରେ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲଙ୍କର ବକେୟା ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଶାନ୍ତନୁ ମଲ୍ଲିକଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଥିଲେ I ତାଙ୍କର ଏହି […]

Samaya Live Picture
Published On

ଢେଙ୍କାନାଳ : ଲାଞ୍ଚ ନେଉଥିବାବେଳେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ ଶାନ୍ତନୁ କୁମାର ମଲ୍ଲିକଙ୍କୁ ବାନ୍ଧିଲା ଭିଜିଲାନ୍ସ I ଜଣେ ଶିକ୍ଷକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ ।

ସୂଚନାନୁସାରେ ହିନ୍ଦୋଳ ବ୍ଲକ ବ୍ରହ୍ମପୁର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଦ୍ୱୈତ ସାମଲଙ୍କର ବକେୟା ମହଙ୍ଗା ଭତ୍ତା ଓ ମାସିକ ଦରମା ବୃଦ୍ଧି ପାଇଁ ଶାନ୍ତନୁ ମଲ୍ଲିକଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ଯାଇଥିଲେ I ତାଙ୍କର ଏହି କାଗଜ ପତ୍ର କାମ ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଦାବି କରିଥିଲେ ଶାନ୍ତନୁ I ଅଦୈତ୍ୟ ଏ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ I ପୂର୍ବ ଯୋଜନା ମୁତାବକ ଆଜି ସକାଳେ ଅଦ୍ୱୈତଙ୍କ ଠାରୁ ଲାଞ୍ଚ ଟଙ୍କା ନେବେଳେ ଶାନ୍ତନଙ୍କୁ ଭିଜିଲାନ୍ସ ଟିମ୍ ମାଡ଼ିବସିଥିଲା। ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ କାର୍ଯ୍ୟାଳୟକୁ ନେଇ ପଚରାଉଚରା କରୁଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ଶାନ୍ତନୁଙ୍କ ଭଡ଼ା ଘରେ, ଭଦ୍ରକ ପୈତୃକ ଘର ଏବଂ ହିନ୍ଦୋଳ ଶିକ୍ଷା ଅଫିସରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ଟିମ୍ । ରେଡ୍ ବେଳେ ଶାନ୍ତନୁଙ୍କ ଭଡ଼ା ଘରୁ ନଗଦ ୯୧ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ ।ଶାନ୍ତୁନଙ୍କ ନାଁରେ ପୂର୍ବରୁ ଲାଞ୍ଚ ନେଇ କାମ କରୁଥିବା ଅଭିଯୋଗ ରହିଛି।

Tags: