ମୌସୁମୀ ପ୍ରଭାବରେ ରାଜ୍ୟରେ ୫ ଦିନ ଲାଗି ଜାରି ରହିବ ବର୍ଷା
ଭୁବନେଶ୍ୱର : ରାଜ୍ୟରେ ସ୍ୱାଭାବିକ ହେଉଛି ମୌସୁମୀ I ଏହାର ପ୍ରଭାବରେ ଆସନ୍ତା ୫ ଦିନ ପାଇଁ ସ୍ୱାରାଜ୍ୟରେ ଜାରି ରହିବ ବର୍ଷା I ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ ଜାରି କରାଯାଇଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛି ଯେ,ମଧ୍ୟାହ୍ନ ପାଣିପାଗ ବୁଲେଟିନ୍ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଳ୍ପ କେତେକ ସ୍ଥାନରେ ବିଜୁଳିଘଡ଼ଘଡ଼ି ସହିତ ମଧ୍ୟମ […]
ଭୁବନେଶ୍ୱର : ରାଜ୍ୟରେ ସ୍ୱାଭାବିକ ହେଉଛି ମୌସୁମୀ I ଏହାର ପ୍ରଭାବରେ ଆସନ୍ତା ୫ ଦିନ ପାଇଁ ସ୍ୱାରାଜ୍ୟରେ ଜାରି ରହିବ ବର୍ଷା I ଆଜିଠୁ ରାଜ୍ୟର ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।
ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ ଜାରି କରାଯାଇଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛି ଯେ,ମଧ୍ୟାହ୍ନ ପାଣିପାଗ ବୁଲେଟିନ୍ ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହ ଯୋଗୁଁ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ଅଳ୍ପ କେତେକ ସ୍ଥାନରେ ବିଜୁଳିଘଡ଼ଘଡ଼ି ସହିତ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାଛଡ଼ା, କୋରାପୁଟ ସମେତ ଦକ୍ଷିଣ ଅଭ୍ୟନ୍ତରୀଣ ଓ ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ବର୍ଷି ପାରେ। ସେହିପରି ୬ ତାରିଖରେ ରାଜ୍ୟରେ ବିସ୍ତୃତ ଭାବରେ ବର୍ଷା ସମ୍ଭାବନା ତଥା କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।
ମୌସୁମୀ ପ୍ରଭାବରେ ୫ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ,ସେହି ଜିଲ୍ଲା ଗୁଡିକୁ ‘ୱେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି। ସେ ଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେଇପାରେ I ସେହିପରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର ଓ ମୟୂରଭଞ୍ଜରେ ବି ବୁଧବାର ସକାଳ ୮.୩୦ ପର୍ଯ୍ୟନ୍ତ ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି।
ଗୁରୁବାର ସକାଳ ୮.୩୦ରୁ ଶୁକ୍ରବାର ସକାଳ ୮.୩୦ ମଧ୍ୟରେ, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀରରେ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ବୌଦ୍ଧ ଓ ନୂଆପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି।
ଏହାଛଡ଼ା, ଶୁକ୍ରବାର ସକାଳ ୮.୩୦ରୁ ଶନିବାର ସକାଳ ୮.୩୦ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲା ପ୍ରତି ମଧ୍ୟ ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି।
ଶନିବାର ସକାଳ ୮.୩୦ରୁ ରବିବାର ସକାଳ ୮.୩୦ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ଅନଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତ୍ସିଂହପୁର ଜିଲ୍ଲା ପ୍ରତି ‘ୟେଲୋ ୱାର୍ଣ୍ଣିଙ୍ଗ୍’ ଜାରି କରାଯାଇଛି।
ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀବାୟୁ ପ୍ରବାହଜନିତ ବୃଷ୍ଟିପାତ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ରାଜ୍ୟ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ କାର୍ଯ୍ୟାଳୟରୁ ମଙ୍ଗଳବାର ଦିନ ସତର୍କ ସୂଚନା ଜାରି କରାଯାଇଛି। ବର୍ଷାଜନିତ ଯେକୌଣସି ପ୍ରକାର ଦୁର୍ବିପାକର ମୁକାବିଲା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାକୁ ଏଥିରେ ନିର୍ଦେଶ ଦିଆଯାଇଛି।




