ବାତ୍ୟାର ରୂପ ନେଇପାରେ ଅବପାତ,ଓଡିଶାକୁ ବିପତ୍ତି ନାହିଁ

ଭୁବନେଶ୍ୱର : ୧୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ଆସନ୍ତା କାଲି ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି ।ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନାହିଁ । ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବନାହିଁ । ବାତ୍ୟା ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର […]

Samaya Live Picture
Published On

ଭୁବନେଶ୍ୱର : ୧୬ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ଆସନ୍ତା କାଲି ସାମୁଦ୍ରିକ ଝଡ଼ରେ ପରିଣତ ହେବା ସମ୍ଭାବନା ରହିଛି ।ଏହି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବନାହିଁ । ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗକୁ ମୁହାଁଇ ଥିବାରୁ ଓଡ଼ିଶାରେ ବିଶେଷ ପ୍ରଭାବନାହିଁ । ବାତ୍ୟା ଉପକୂଳ ମୁହାଁ ହେଲା ବେଳକୁ ଏହା ଦୁର୍ବଳ ହୋଇ ବାଂଲାଦେଶର ମୋଙ୍ଗଲା ଓ ଖେପୁପରା ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହା ପ୍ରଭାବରେ କେବଳ ଉପକୂଳ ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବI ସହ ପବନର ବେଗ ୪୦ରୁ ୪୫ କିଲୋମିଟର ରହିବ। ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର I

ଗଭୀର ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ କେତେକ ଜିଲ୍ଲାରେ ଅଳ୍ପ ଅଳ୍ପ ବର୍ଷା ହେଲାଣି । ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ଗତ ୨୪ ଘଣ୍ଟାରେ ପାରାଦୀପରେ ସର୍ବାଧିକ ୬.୯ ମିମି ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଭିତରେ ପବନର ବେଗ ବଢୁଥିବାରୁ ୧୮ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି ।

Tags: