ଅଗଷ୍ଟରେ ବର୍ଷା କମ,ରାଜ୍ୟରେ ମୌସୁମୀ ଦୁର୍ବଳ
ଭୁବନେଶ୍ବର : ଅଗଷ୍ଟରେ ନିଅଣ୍ଟିଆ ବର୍ଷା I ଶ୍ରାବଣ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନାହିଁ ଲଗାଣ ବର୍ଷା I ଦୁର୍ବଳ ହୋଇଛି ମୌସୁମୀ ପ୍ରବାହ । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ଚାଷ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ମାସ ହେଉଛି ଅଗଷ୍ଟ […]
ଭୁବନେଶ୍ବର : ଅଗଷ୍ଟରେ ନିଅଣ୍ଟିଆ ବର୍ଷା I ଶ୍ରାବଣ ସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ନାହିଁ ଲଗାଣ ବର୍ଷା I ଦୁର୍ବଳ ହୋଇଛି ମୌସୁମୀ ପ୍ରବାହ । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ବର୍ଷା ୦.୪ ମିମି ରେକର୍ଡ କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଶେଷ ବର୍ଷାର ସମ୍ଭାବନା ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଫଳରେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ଚାଷ ପାଇଁ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ମାସ ହେଉଛି ଅଗଷ୍ଟ I ମୌସୁମୀ ପ୍ରବାହର ୩ ମାସ ମଧ୍ୟରେ ଯେଉଁ ବର୍ଷା ହୋଇଛି , ତାହା ଚାଷ ଉପଯୋଗୀ ହୋଇପାରିନାହିଁ। ଫଳରେ ଅନେକ ସ୍ଥାନରେ ଧାନ ଗଛ ନଷ୍ଟ ହେବାକୁ ବସିଛି। ପାଣିପାଗ କେନ୍ଦ୍ରର ତଥ୍ୟକୁ ଦେଖିଲେ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇଛି। ହେଲେ ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ ନିଅଣ୍ଟିଆ ରହିଥିଲା।
ଚଳିତ ଅଗଷ୍ଟ ମାସରେ ସବୁଠୁ କମ ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ଜୁନ ୧ରୁ ୨୮ ଅଗଷ୍ଟ ମଧ୍ୟରେ ୭୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ବାଭାବିକ ବର୍ଷା ୩୩୩.୫ ମିଲିମିଟର ତୁଳନାରେ ପ୍ରାୟ ୧୦ ପ୍ରତିଶତ କମ୍। କିନ୍ତୁ ଅଗଷ୍ଟ ପହିଲାରୁ ୩ ତାରିଖ ମଧ୍ୟରେ ହୋଇଥିବା ଗଭୀର ଅବପାତ ପ୍ରଭାବରେ ୧୪୪.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ଲଘୁଚାପ ପ୍ରଭାବରେ ୧୮ ଏବଂ ୧୯ ତାରିଖରେ ୫୧୭ ମିଲିମିଟର ବର୍ଷା ଏବଂ ୨୪ ଓ ୨୫ ତାରିଖରେ ରେକର୍ଡ ହୋଇଥିଲା। ମୋଟ ଏହି ୭ ଦିନରେ ଅଗଷ୍ଟ ମାସରେ ୨୧୯.୬ ମିଲିମିଟର ବର୍ଷ ରେକର୍ଡ ହୋଇଛି। କିନ୍ତୁ ଅବଶିଷ୍ଟ ୨୧ ଦିନରେ ସ୍ବାଭାବିକ ବର୍ଷା ତୁଳନାରେ ୫୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ନିଅଣ୍ଟିଆ ବର୍ଷା ହୋଇଛି। ଅନେକ ଜିଲ୍ଲାରେ ସ୍ବାଭାବିକ ବର୍ଷା ସତ୍ତ୍ବେ କ୍ଷେତ ଶୁଖିଲା ରହିଛି। ଫଳରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ଅମଳ କମିବା ଆଶଙ୍କା ଦେଖାଦେଇଛି।




