ଆଜିଠାରୁ ଅବପାତ,୧୬,୧୭ରେ ପ୍ରବଳ ବର୍ଷା

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୧୫ ତାରିଖରେ ଅବପାତରେ ପରିଣତ ହୋଇଛି । ଫଳରେ ବୁଧବାର ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଜଗତ୍‌ସିଂହପୁର, ପୁରୀ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ବୁଧବାର ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବା ପରେ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ୧୬ ଏବଂ ୧୭ତାରିଖରେ ରାଜ୍ୟରେ ବିଭିନ୍ନ ଜିଲାକୁ […]

Samaya Live Picture
Published On

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୧୫ ତାରିଖରେ ଅବପାତରେ ପରିଣତ ହୋଇଛି । ଫଳରେ ବୁଧବାର ଠାରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେହିପରି ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଜଗତ୍‌ସିଂହପୁର, ପୁରୀ ଜିଲାରେ ପ୍ରବଳ ବର୍ଷା ହେବା ନେଇ ସୂଚନା ଦିଆଯାଇଛି। ବୁଧବାର ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହେବା ପରେ ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ। ୧୬ ଏବଂ ୧୭ତାରିଖରେ ରାଜ୍ୟରେ ବିଭିନ୍ନ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୧୬ ତାରିଖରେ ଏହି ଅବପାତ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରି ଗଭୀର ଅବପାତରେ ପରିଣତ ହେବ। ଓଡ଼ିଶା ଉପକୂଳ ନିକଟ ଦେଇ ଏହା ଗତି କରୁଥିବାରୁ ୧୬ ଓ ୧୭ ତାରିଖରେ ରାଜ୍ୟରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବନୁମାନ କରିଛି। ତେଣୁ ୧୬ ତାରିଖରେ ରାଜ୍ୟର ୩ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହି ୩ ଜିଲା ହେଲା ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଓ ପୁରୀ। ଏଥିପାଇଁ ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Tags: