ରାଜ୍ୟରେ ୧୭ ଯାଏ ଲାଗି ରହିବ ବର୍ଷା
ଭୁବନେଶ୍ୱର :୧୭ ଯାଏ ରାଜ୍ୟରେ ଲାଗି ରହିବ ବର୍ଷା। ଗତକାଲି ପଶ୍ଚିମବଙ୍ଗ ଓ ସିକିମ୍ରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଲମ୍ବିଥିବା ଟ୍ରଫ୍ଲାଇନ୍ ଆଜି ଘୂର୍ଣ୍ଣିବଳୟରେ ପରିଣତ ହୋଇ ପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଦେଖାଯାଇଥିବା ବେଳେ ବର୍ଷା ମଧ୍ୟ ହୋଇଛି। ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହୋଇଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ବର୍ତ୍ତମାନ ନିଜର ସ୍ୱାଭାବିକ […]
ଭୁବନେଶ୍ୱର :୧୭ ଯାଏ ରାଜ୍ୟରେ ଲାଗି ରହିବ ବର୍ଷା। ଗତକାଲି ପଶ୍ଚିମବଙ୍ଗ ଓ ସିକିମ୍ରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଲମ୍ବିଥିବା ଟ୍ରଫ୍ଲାଇନ୍ ଆଜି ଘୂର୍ଣ୍ଣିବଳୟରେ ପରିଣତ ହୋଇ ପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ମେଘୁଆ ପାଗ ଦେଖାଯାଇଥିବା ବେଳେ ବର୍ଷା ମଧ୍ୟ ହୋଇଛି। ବିଶେଷ କରି ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ବର୍ଷା ହୋଇଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା ବର୍ତ୍ତମାନ ନିଜର ସ୍ୱାଭାବିକ ଅବସ୍ଥାନଠାରୁ ଉତ୍ତରରେ ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା କମିଛି। ମାତ୍ର ଏହା ଧୀରେ ଧୀରେ ସ୍ୱାଭାବିକ ସ୍ଥିତିକୁ ଫେରିବାକୁ ଥିବାରୁ ରାଜ୍ୟରେ ବର୍ଷା ପାଇଁ ପାଗ ଅନୁକୂଳ ହେଉଛି। ଏହି କ୍ରମରେ ୧୫ ତାରିଖରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ଆଲର୍ଟ ଜାରି କରିଛି। ସେହିଭଳି ୧୫ ତାରିଖ ଦିନ ମଧ୍ୟ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ମୌସୁମୀ ଏବେ ରାଜ୍ୟରେ ଦୁର୍ବଳ ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାଜଧାନୀ ଭୁବନେଶ୍ବରର ପାଗ ଆଂଶିକ ମେଘୁଆ ରହିବ। ବର୍ଷା ସମ୍ଭାବନା ମଧ୍ୟ ରହିଛି।




