ଆଗାମୀ ସପ୍ତାହେ ଯାଏଁ ଲାଗି ରହିବ ବର୍ଷା

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାସହିତ ପଛକୁ ପଛ ଲଗାତାର ଲଘୁଚାପ ଫଳରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପାଗ କୋହଲା ଝିପି ଝିପି ବର୍ଷା ହେଉଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ପବନ ଘଡଘଡି ସହିତ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଗ ଏହିଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉତ୍ତର ଓଡିଶାର କିଛି ଜିଲ୍ଲା ଓ ଉପକୂଳବର୍ତ୍ତୀ […]

ଆଗାମୀ ସପ୍ତାହେ ଯାଏଁ ଲାଗି ରହିବ ବର୍ଷା
Samaya Live Picture
Published On

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ । ଏହାସହିତ ପଛକୁ ପଛ ଲଗାତାର ଲଘୁଚାପ ଫଳରେ ଜାରି ରହିଛି ବର୍ଷା। କେତେକ ଜିଲ୍ଲାରେ ପାଗ କୋହଲା ଝିପି ଝିପି ବର୍ଷା ହେଉଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ପବନ ଘଡଘଡି ସହିତ ପ୍ରବଳ ବର୍ଷା ଲାଗି ରହିଛି । ଆଗାମୀ ସପ୍ତାହେ ପର୍ଯ୍ୟନ୍ତ ପାଗ ଏହିଭଳି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଉତ୍ତର ଓଡିଶାର କିଛି ଜିଲ୍ଲା ଓ ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ବିଜୁଳି ଘଡ ଘଡି ସହ ପ୍ରବଳ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଆଜି ପାଇଁ ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲ୍ଲାର କିଛି କିଛି ସ୍ଥାନମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଉତ୍ତର ଓଡିଶାର ବି କିଛି ଜିଲ୍ଲା ମାନଙ୍କରେ ବିଜୁଳି ଘଡ଼ଘଡ଼ି ଜନିତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେପଟେ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇନାହିଁ ବୋଲି ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

Tags: