ତାତିରୁ ତ୍ରାହି,ଆଗାମୀ ୩ ଦିନ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ତାତି ଅସହ୍ୟ ହୋଇଛି। ତେବେ ଏହି ତାତିରେ ଏବେ ବ୍ରେକ୍‌ ଲାଗିଛି। ଗରମର ପ୍ରଭାବ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ଜିଲ୍ଲାରେ ୪ ତାରିଖ ସନ୍ଧ୍ୟାରେ ବର୍ଷା ହୋଇ ଯାଇଛି । ସେହିପରି ମଙ୍ଗଳବାର ସକାଳେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ […]

Samaya Live Picture
Published On

ଭୁବନେଶ୍ୱର : ମାର୍ଚ୍ଚ ଆରମ୍ଭରୁ ରାଜ୍ୟରେ ତାତି ଅସହ୍ୟ ହୋଇଛି। ତେବେ ଏହି ତାତିରେ ଏବେ ବ୍ରେକ୍‌ ଲାଗିଛି। ଗରମର ପ୍ରଭାବ ସାମାନ୍ୟ ହ୍ରାସ ହେବା ସହ ରାଜ୍ୟରେ କିଛି ଜିଲ୍ଲାରେ ୪ ତାରିଖ ସନ୍ଧ୍ୟାରେ ବର୍ଷା ହୋଇ ଯାଇଛି । ସେହିପରି ମଙ୍ଗଳବାର ସକାଳେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି। ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମଙ୍ଗଳବାର ଓ ବୁଧବାର କେତେକ ଜିଲ୍ଲାରେ ପାଗ ଶୁଖିଲା ରହିବ। ଆଗାମୀ ୩ଦିନ ଯାଏଁ ବର୍ଷା ସମ୍ଭାବନା ଥିବାରୁ ଦିନର ତାପମାତ୍ରା ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆସନ୍ତା ୭ ଓ ୮ ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

Tags: