ପଶ୍ଚିମା ଝଡ଼ ପ୍ରଭାବରେ ୨ ଦିନ ଧରି ବର୍ଷା ସମ୍ଭାବନା

ଭୁବନେଶ୍ୱର : ଲଗାତାର ବଢୁଥିବା ତାତିରେ ଲାଗିଛି ବ୍ରେକ I ତାତିରୁ ମିଳିପାରେ ଅସ୍ବସ୍ତି I ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ବୌଦ୍ଧରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାକି ଅନ୍ୟ ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବ । […]

Samaya Live Picture
Published On

ଭୁବନେଶ୍ୱର : ଲଗାତାର ବଢୁଥିବା ତାତିରେ ଲାଗିଛି ବ୍ରେକ I ତାତିରୁ ମିଳିପାରେ ଅସ୍ବସ୍ତି I ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର ଏବଂ ବୌଦ୍ଧରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବାକି ଅନ୍ୟ ଜିଲ୍ଲା ଗୁଡିକରେ ଶୁଖିଲା ପାଗ ରହିବ ।

ସୂଚନା ଅନୁସାରେ,ପଶ୍ଚିମା ଝଡ ପ୍ରଭାବରେ ଉପକୂଳ ଓଡ଼ିଶାରେ ଏକ ଗୁରୁଚାପ ବଳୟ ସୃଷ୍ଟି ହୋଇଛି I ଫଳରେ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆଜି କେନ୍ଦୁଝର, ମୟୁରଭଞ୍ଜ, କନ୍ଧମାଳ,ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ,କଳାହାଣ୍ଡି,ନବରଙ୍ଗପୁର ଏବଂ ବୌଦ୍ଧରେ ହାଲୁକା ବର୍ଷା ହୋଇପାରେ। ସେହିଭଳି ୮ ଏବଂ ୯ ତାରିଖରେ ପୁରୀ,ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା,ନୟାଗଡ, ଭଦ୍ରକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ ଏବଂ ନବରଙ୍ଗପୁରରେ ହାଲୁକା ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେହିପରି ଆଗାମୀ ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ । ଆଜି ରାଜଧାନୀରେ ପାଗ ମେଘୁଆ ରହିବା ସହିତ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି I ଆଜି ଦିନ ସମୟରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି। ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୮ ଡିଗ୍ରି ଥିବା ବେଳେ ବଲାଙ୍ଗୀରରେ ୩୬.୯, ଝାରସୁଗୁଡ଼ାରେ ୩୬.୮,ମାଲକାନଗିରି ୩୬.୭,ଟିଟିଲାଗଡ଼ରେ ୩୬.୫, ସୋନପୁର, ରାୟଗଡ଼ା ଓ ଭବାନୀପାଟଣାରେ ୩୬.୨, ନୟାଗଡ଼, ବୌଦ୍ଧ ଓ ତାଳଚେରରେ ୩୬ ଡିଗ୍ରି ରହିଥିଲା। ୧୧ରୁ ୧୪ ତାରିଖ ଯାଏଁ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ । ଫଳରେ ତାତି ପ୍ରବଳ ହେବ ।

Tags: