ଆସୁଛି କାଳବୈଶାଖୀ, କାଲିଠୁ ୩ ଦିନ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର: ମାର୍ଚ୍ଚ ଅଧାରୁ ଅସମ୍ଭାଳ ହେଲାଣି ତାତି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଲାଣି । ଏହାରି ଭିତରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତିକର ଖବର। ଆସୁଛି କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷିବ । ରାଜ୍ୟରେ କାଲିଠୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତୁ ଜାଣିବା କେଉଁଠି ଏହାର ପ୍ରଭାବ ପଡ଼ିବ?ରାଜ୍ୟରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରି ପାଣିପାଗ ବିଭାଗ କହିଛି ଯେ, […]

Samaya Live Picture
Published On

ଭୁବନେଶ୍ୱର: ମାର୍ଚ୍ଚ ଅଧାରୁ ଅସମ୍ଭାଳ ହେଲାଣି ତାତି । ସ୍ଥିତି ଏମିତି ହେଲାଣି ଯେ, ଘରୁ ବାହାରିବା ମୁସ୍କିଲ୍ ହୋଇପଡ଼ିଲାଣି । ଏହାରି ଭିତରେ ପାଣିପାଗ ବିଭାଗ ଦେଇଛି ଆଶ୍ବସ୍ତିକର ଖବର। ଆସୁଛି କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷିବ । ରାଜ୍ୟରେ କାଲିଠୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେବେ ଆସନ୍ତୁ ଜାଣିବା କେଉଁଠି ଏହାର ପ୍ରଭାବ ପଡ଼ିବ?ରାଜ୍ୟରେ କାଳବୈଶାଖୀ ବର୍ଷାର ପୂର୍ବାନୁମାନ କରି ପାଣିପାଗ ବିଭାଗ କହିଛି ଯେ, ୨୦ ରୁ ୨୩ ଯାଏଁ ରାଜ୍ୟରେ ବର୍ଷା ହେବ। ଯାହା ତାତିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେବ।

ଝଡ, ପବନ ସାଙ୍ଗକୁ ଘଡଘଡି, ବିଜୁଳି ଓ କୁଆପଥର ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ଯାହାର ପ୍ରଭାବ ଆଜିଠୁ ଆକାଶରେ ଦେଖିବାକୁ ମିଳିଲାଣି। ବଙ୍ଗୋପସାଗରରେ ସୃଷ୍ଟି ହେବ ଗୁରୁଚାପ୍ ବଳୟ । ରାଜ୍ୟକୁ ପ୍ରବେଶ କରିବ ପ୍ରଚୁର ମାତ୍ରାରେ ଜଳୀୟବାସ୍ପ । ଉତ୍ତପ୍ତ ବାୟୁମଣ୍ଡଳ ସହ ଜଳୀୟବାସ୍ପ ସଂସ୍ପର୍ଷରେ ଆସି ପ୍ରତିକ୍ରୀୟାଶିଳ ହେବ ।ଫଳରେ ଝଡ ବର୍ଷା କରାଇବାରେ ସହାୟକ ହେବ। ଉତ୍ତର ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହେବା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି।

 

 

 

Tags: