୩ ଦିନ ଯାଏଁ ରାଜ୍ୟରେ ବର୍ଷିବ

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାଗ ମୁହାଁଉଛି ବାତ୍ୟା ‘ଫେଙ୍ଗାଲ’। ଆଉ ମାତ୍ର କିଛି ସମୟ ମଧ୍ୟରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା ପୂର୍ବରୁ ତାମିଲନାଡୁରେ ପୂର୍ବାହ୍ନ ସମୟରୁ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି […]

Samaya Live Picture
Published On

ଭୁବନେଶ୍ବର: ଧିରେ ଧିରେ ସ୍ଥଳଭାଗ ମୁହାଁଉଛି ବାତ୍ୟା ‘ଫେଙ୍ଗାଲ’। ଆଉ ମାତ୍ର କିଛି ସମୟ ମଧ୍ୟରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ।

ତେବେ ଏହା ପୂର୍ବରୁ ତାମିଲନାଡୁରେ ପୂର୍ବାହ୍ନ ସମୟରୁ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଥିବା ବେଳେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି।

ଏପଟେ ଏହାର ପ୍ରଭାବରେ ଶୁକ୍ରବାର ରାଜଧାନୀ ଭୁବନେଶ୍ବରରେ ସକାଳୁ ସକାଳୁ ଝିପି ଝିପି ବର୍ଷା ଦେଖୀବାକୁ ମିଳିଥିଲା। ଆଜି ସକାଳୁ ମଧ୍ୟ ପାଗ ଟିକିଏ କୋହଲା ରହିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ଧରଣର ବର୍ଷା ଅନୁଭୂତ ହୋଇଛି।

ଏନେଇ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୟୁରଭଞ୍ଜ,କେନ୍ଦୁଝର, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାଗୁଡ଼ିକରେ ଗୋଟିଏ ରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ।

Tags: