କାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା !

ଭୁବନେଶ୍ୱର:ତାତିରୁ ମିଳିବ ତ୍ରାହି । ଆସୁଛି ବଡ଼ ବର୍ଷା । ରାଗ୍ୟରେ ପୁଣି କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଦଳିବ ପାଗ । ହେବ ବର୍ଷା । କିଛି ସ୍ଥାନରେ କୁଆପଥର ପଡିବା ସହିତ ଝଟ୍‌କା ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର । ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିବ ବର୍ଷାର ବିସ୍ତୃତି। ୭ଟି […]

କାଲିଠୁ ଓଡ଼ିଶାରେ ପ୍ରବଳ ବର୍ଷା !
Samaya Live Picture
Published On

ଭୁବନେଶ୍ୱର:ତାତିରୁ ମିଳିବ ତ୍ରାହି । ଆସୁଛି ବଡ଼ ବର୍ଷା । ରାଗ୍ୟରେ ପୁଣି କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବଦଳିବ ପାଗ । ହେବ ବର୍ଷା । କିଛି ସ୍ଥାନରେ କୁଆପଥର ପଡିବା ସହିତ ଝଟ୍‌କା ପବନ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ କେନ୍ଦ୍ର । ଆସନ୍ତାକାଲିଠୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଢିବ ବର୍ଷାର ବିସ୍ତୃତି। ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ, କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, ଗଞ୍ଜାମ ଓ କୋରାପୁଟରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବର୍ଷା ଓ କୁଆପଥର ମାଡକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଏହି ୭ଟି ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୨୮ ତାରିଖରୁ ୩୦ ତାରିଖ ଯାଏ ହେବ ପ୍ରବଳ ବର୍ଷା। ସାରା ରାଜ୍ୟ ହେବ ପ୍ରଭାବିତ । ରାଜ୍ୟରେ ୨୬ରୁ କାଳବୈଶାଖୀ ଝଡ଼ ବର୍ଷା, କୁଆପଥର ବର୍ଷା ସାଙ୍ଗକୁ ୬୦ରୁ ୭୦ କିମି ବେଗରେ ଝଟ୍‌କା ପବନ ବହିପାରେ । ଭୁବନେଶ୍ବର ସ୍ଥିତ ପାଣିପାଗ ବିଭାଗ ଏ ନେଇ ଅପଡେଟ୍‌ ଜାରି କରିଛି ।ଆସନ୍ତା ୨୪ ଘଂଟା ପରେ ବଦଳିବ ପାଗ। କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି। ରାଜ୍ୟରେ ଡହଡହ ଖରାକୁ ପ୍ରଭାବିତ କରିବ ପଶ୍ଚିମାଝଡ । ଆସନ୍ତାକାଲି ଠାରୁ ରାଜ୍ୟରେ ଧୀରେ ଧୀରେ ବର୍ଷାର ବିସ୍ତୃତି ବଢିବ । ସେହିଭଳି ୨୮ ଏପ୍ରିଲରୁ ମେ ୦୧ ତାରିଖ ମଧ୍ୟରେ ଓଡିଶାର ସମସ୍ତ ଜିଲ୍ଲାରେ ତୀବ୍ର ବୃଷ୍ଟିପାତ ଓ ବଜ୍ରପାତ ସହିତ କେତେକ ଜିଲ୍ଲାରେ କୁଆପଥର ବର୍ଷାର ସମ୍ଭାବନା ରହିଛି। ଆଜି ପଶ୍ଚିମ ଓଡ଼ିଶାରେ ହିଟ୍ ୱେବ୍ ସହ ଉତ୍ତର ଉପକୂଳରେ ଜାରି ରହିବ ଗରମ ଗୁଳୁଗୁଳି।

Tags: