୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା

ଭୁବନେଶ୍ୱର:ଆଜି ଗୋଟିଏ ଦିନ ଖରା, କାଲିଠୁ ବଦଳିବ ପାଗ। ଆଜି ଅପରାହ୍ନ ପରେ କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଆଜି ପଶ୍ଚିମ ଓଡ଼ିଶାକୁ ବାଦ୍ ଦେଲେ ସାରା ରାଜ୍ୟକୁ ଝଡ଼ ପବନ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ବଢିବ ବର୍ଷାର ବିସ୍ତୃତି। କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ଝଡ ପବନ ହେବା ନେଇ ଓରେଞ୍ଜ୍ ଆଲର୍ଟ ଜାରି […]

୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା
Samaya Live Picture
Published On

ଭୁବନେଶ୍ୱର:ଆଜି ଗୋଟିଏ ଦିନ ଖରା, କାଲିଠୁ ବଦଳିବ ପାଗ। ଆଜି ଅପରାହ୍ନ ପରେ କାଳବୈଶାଖୀ ବର୍ଷାରେ ଭିଜିବ ସାରା ଓଡ଼ିଶା। ଆଜି ପଶ୍ଚିମ ଓଡ଼ିଶାକୁ ବାଦ୍ ଦେଲେ ସାରା ରାଜ୍ୟକୁ ଝଡ଼ ପବନ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତାକାଲି ବଢିବ ବର୍ଷାର ବିସ୍ତୃତି। କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ କୁଆପଥର ବର୍ଷା ସହ ୫୦ ରୁ ୬୦ କିମି ବେଗରେ ଝଡ ପବନ ହେବା ନେଇ ଓରେଞ୍ଜ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉପକୂଳ ଓ ଆଭ୍ୟନ୍ତରୀଣ ସହ ଦକ୍ଷିଣରେ ଝଡ଼ ପବନ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୨୮ରେ ହେବ ପ୍ରବଳ ବର୍ଷା। ଉତ୍ତର ଉପକୂଳ ସହ ପଶ୍ଚିମ ଓଡ଼ିଶାରେ ପ୍ରଭାବ ଦେଖିବାକୁ ମିଳିବ। ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଜଗତସିଂହପୁର, କଟକରେ ହେବ ପ୍ରବଳ ବର୍ଷା। ୨୯ରେ ବି ହେବ ପ୍ରବଳ ବର୍ଷା।

Tags: