ବ୍ରହ୍ମପୁରରେ କାଳବୈଶାଖୀ ବର୍ଷା, ଭାଙ୍ଗିଲା ଗଛ

ଭୁବନେଶ୍ଵର: ବ୍ରହ୍ମପୁରରେ କାଳବୈଶାଖୀ ବର୍ଷା। ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ବହୁଛି। ଦୁଇ ଘଣ୍ଟା ହେଲା ବର୍ଷା ଛେଚୁଛି। କାଳବୈଶାଖୀ ଯୋଗୁଁ ବିବିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ପାଣି ଜମିଛି। ଏପରିକି ତଳିଆ ଅଞ୍ଚଳରେ ପାଣି ପଶି ଯାଇଛି। ସବରେଜିଷ୍ଟାର କାର୍ଯ୍ୟାଳୟ, ଥାନା, ଏବଂ ସ୍କୁଲ ଭିତରେ ପାଣି ଜମିଛି। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡ଼ି ମାରୁଛି। ଫଳରେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। […]

Samaya Live Picture
Published On

ଭୁବନେଶ୍ଵର: ବ୍ରହ୍ମପୁରରେ କାଳବୈଶାଖୀ ବର୍ଷା। ପ୍ରବଳ ବର୍ଷା ସାଙ୍ଗକୁ ତୁହାକୁ ତୁହା ପବନ ବହୁଛି। ଦୁଇ ଘଣ୍ଟା ହେଲା ବର୍ଷା ଛେଚୁଛି। କାଳବୈଶାଖୀ ଯୋଗୁଁ ବିବିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଛି। ସହରର ବିଭିନ୍ନ ସ୍ଥାନରେ ପାଣି ଜମିଛି।

ଏପରିକି ତଳିଆ ଅଞ୍ଚଳରେ ପାଣି ପଶି ଯାଇଛି। ସବରେଜିଷ୍ଟାର କାର୍ଯ୍ୟାଳୟ, ଥାନା, ଏବଂ ସ୍କୁଲ ଭିତରେ ପାଣି ଜମିଛି। ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଲହଡ଼ି ମାରୁଛି। ଫଳରେ କୁତ୍ରିମ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି। ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।

ସୂଚନା ଅନୁସାରେ, ଆଜି ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ କୁଆପଥର ବର୍ଷା ସହ ହାଲୁକା ପବନ ବହିପାରେ। ରବିବାର ମଧ୍ୟ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ଏନେଇ ସୂଚନା ଦେଇଛନ୍ତି।

 

Tags: