ମୃତ୍ୟୁର କାରଣ ପରେ ଏବେ ରାଇଙ୍କ ଡିପ୍ରେସନର କାରଣ ଖୋଜୁଛି ପୋଲିସ
ଭୁବନେଶ୍ୱର: ଜୁନ ୨୮: େଆଜି ବାହାରିଲା ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରାଇମୋହନଙ୍କ ମୃତ୍ୟୁର କାରଣ ସ୍ୱାଶରୁଦ୍ଧ ବୋଲି ରିପେର୍ଟରେ ଦର୍ଶାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ୍ୟୁ ପଛର କାରଣ ପାଇଁ ରାଇମୋହନଙ୍କ ଫୋନକୁ ଜବତ […]
ଭୁବନେଶ୍ୱର: ଜୁନ ୨୮: େଆଜି ବାହାରିଲା ଓଡ଼ିଆ ଅଭିନେତା ରାଇମୋହନ ପରିଡ଼ାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରାଇମୋହନଙ୍କ ମୃତ୍ୟୁର କାରଣ ସ୍ୱାଶରୁଦ୍ଧ ବୋଲି ରିପେର୍ଟରେ ଦର୍ଶାଯାଇଛି । ଗଳାରେ ରଶି ଲଗାଇବା କାରଣରୁ ଶ୍ୱାସରୁଦ୍ଧ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । କମିଶନରେଟ୍ ପୋଲିସକୁ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୃତ୍ୟୁ ପଛର କାରଣ ପାଇଁ ରାଇମୋହନଙ୍କ ଫୋନକୁ ଜବତ କରି ପୋଲିସ କଲ୍ ଡିଟେଲ୍ସ ଯାଞ୍ଚ କରୁଛି । ଏଥିରୁ କିଛି ସୁରାଗ ମିଳିପାରେ ବୋଲି ଆଶା ରଖିଛି କମିଶନରେଟ୍ ପୋଲିସ୍ । ପରିବାର, ପଡ଼ୋଶୀ, ଡ୍ରାଇଭର ଏବଂ ପରିଚିତ ଲୋକଙ୍କୁ ମଧ୍ୟ ତଦନ୍ତକାରୀ ଅଫିସରମାନେ ପଚରାଉଚରା ଜାରି ରଖିଛନ୍ତି । ତେବେ ପୂର୍ବରୁ ଥରେ ବ୍ୟକ୍ତିଗତ କାମରେ ରାଇମୋହନ ମଞ୍ଚେଶ୍ୱର ଥାନାକୁ ଆସିଥିବା ଡିସିପି କହିଛନ୍ତି । ତେବେ ମୃତ୍ୟୁ ପୂର୍ବରୁ ମେଣ୍ଟାଲ ଡିପ୍ରେସନରେ ଥିଲେ ଅଭିନେତା । ପୋଲିସ ତାଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚଳାଇ ଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଥିଲେ । ତେବେ ଏବେ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାରୁ ସମ୍ପୀୂର୍ଣ୍ଣ ସତକୁ ସାମ୍ନାକୁ ଆଣିବାକୁ ପୁରା ଜୋର ଚେଷ୍ଟା କରୁଛୁ ପୋଲିସ ।




