ନିର୍ବାଚନ ପ୍ରଚାର ପାଇଁ ଟ୍ରେନରେ ଗଲେ ରେଳମନ୍ତ୍ରୀ

ବାଲେଶ୍ୱର : ରାଜ୍ୟରେ ସରିଛି ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର I ଆଉ ୨ ଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ରାଜ୍ୟକୁ ଘନ ଘନ କେନ୍ଦୀୟ ତୁଙ୍ଗ ନେତାଙ୍କ ଗସ୍ତ ଚାଲିଛି I ଆଜି କେନ୍ଦ୍ରୀୟ ସ୍ଵରାଷ୍ଟ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି I ସେହିଭଳି ବାଲେଶ୍ୱରରେ ବିଜେପିର ପ୍ରଚାର ପାଇଁ ଯାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ସେ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ […]

Samaya Live Picture
Published On

ବାଲେଶ୍ୱର : ରାଜ୍ୟରେ ସରିଛି ୨ୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର I ଆଉ ୨ ଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ରାଜ୍ୟକୁ ଘନ ଘନ କେନ୍ଦୀୟ ତୁଙ୍ଗ ନେତାଙ୍କ ଗସ୍ତ ଚାଲିଛି I ଆଜି କେନ୍ଦ୍ରୀୟ ସ୍ଵରାଷ୍ଟ୍ରମନ୍ତ୍ରୀ ଓଡିଶା ଗସ୍ତରେ ଆସି ସମ୍ବଲପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି I ସେହିଭଳି ବାଲେଶ୍ୱରରେ ବିଜେପିର ପ୍ରଚାର ପାଇଁ ଯାଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ I ସେ ରାଜଧାନୀ ଏକ୍ସପ୍ରେସରେ ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି । ଟ୍ରେନରେ ଗଲା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ରେଳମନ୍ତ୍ରୀ । କହିଛନ୍ତି, ରାଜ୍ୟବାସୀ ୨୪ ବର୍ଷ ହେଲା ବିଜେଡି ସରକାରକୁ ଦେଖିଲେଣି । ହେଲେ ରାଜ୍ୟରେ ବିକାଶ ହୋଇପାରିନାହିଁ । ସ୍କୁଲରେ ଶିକ୍ଷକ ନାହାନ୍ତି, ହସ୍ପିଟାଲରେ ଡାକ୍ତର ନାହାନ୍ତି । ଆଜି ବି ଲୋକେ ଦାଦନ ଯାଉଛନ୍ତି । ତେଣୁ ଲୋକେ ଏଥର ବିଜେପିକୁ ବାଛିବେ । ଏଥର ଓଡ଼ିଶାରେ ବିଜେପି ସରକାର ହେବ ।

ଏହା ସହ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ୨୦୧୪ ପରେ ରାଜ୍ୟରେ ରେଳ ଲାଇନରେ ବିକାଶ ହୋଇଛି । ୩ ହଜାର ୭୯୯ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ କାମ ଚାଲିଛି । ଜଙ୍ଗଲ ଭିତରେ ଟନେଲ କାମ ମଧ୍ୟ ଚାଲିଛି । ୫୨ଟି ଷ୍ଟେସନକୁ ନବୀକରଣ କରାଯାଉଛି । ବାଲେଶ୍ୱର ଷ୍ଟେସନର ରୂପରେଖ ମଧ୍ୟ ବଦଳୁଛି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତେବେ ବାଲେଶ୍ୱରରେ ୩ ଦିନ ରହି ଲୋକଙ୍କ ସଂସ୍ପର୍ଶରେ ଆସିବେ । ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା କଥା ବୁଝିବେ ବୋଲି କହିଛନ୍ତି ବୈଷ୍ଣବ ।

Tags: