ରେଳ ଦୁର୍ଘଟଣା ,୨ୟ ଦିନରେ ରେଳ ଅଧିକାରୀଙ୍କ ମୋବାଇଲ ଯାଞ୍ଚ
ବାହାନଗା : ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ବିତି ଯାଇଛି ୫ ଦିନ I ସହସ୍ରାଧିକ ନିରୀହ ଲୋକ ହୋଇଛନ୍ତି ମୃତାହତ I ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ଘୋଷଣା ହେବା ସହିତ ୯୦୦ ଆହତ ହୋଇଥିବା ସୂଚନା ରହିଛି I କୁଢ଼ କୁଢ଼ ଶବ ଗଦା ଭିତରୁ ଆତ୍ମୀୟ ସ୍ଵଜନଙ୍କୁ ଖୋଜିବା ପାଇଁ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ସମ୍ପର୍କୀୟ I ସେ ବେଳର କରୁଣ ଦୃଶ୍ୟକୁ ବର୍ଣ୍ଣନା କରିବା କଷ୍ଟକର I କେହି କେହି […]
ବାହାନଗା : ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ବିତି ଯାଇଛି ୫ ଦିନ I ସହସ୍ରାଧିକ ନିରୀହ ଲୋକ ହୋଇଛନ୍ତି ମୃତାହତ I ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ୨୮୮ ଜଣଙ୍କ ମୃତ୍ୟୁ ଘୋଷଣା ହେବା ସହିତ ୯୦୦ ଆହତ ହୋଇଥିବା ସୂଚନା ରହିଛି I କୁଢ଼ କୁଢ଼ ଶବ ଗଦା ଭିତରୁ ଆତ୍ମୀୟ ସ୍ଵଜନଙ୍କୁ ଖୋଜିବା ପାଇଁ ଭୁବନେଶ୍ୱରକୁ ଧାଇଁ ଆସିଛନ୍ତି ସମ୍ପର୍କୀୟ I ସେ ବେଳର କରୁଣ ଦୃଶ୍ୟକୁ ବର୍ଣ୍ଣନା କରିବା କଷ୍ଟକର I କେହି କେହି ହାତରେ ଫୋଟୋ ଖଣ୍ଡିଏ ଧରି ସରକାରଙ୍କ ତରଫରୁ ଜାରି କରାଯାଇଥିବା ମୃତକଙ୍କ ଫୋଟ ସହିତ ମେଳ କରୁଥାନ୍ତି ତ ଆଉ କେହି କେହି ନିରାଶ ହୋଇ ଏ ହସପିଟାଲରୁ ସେ ହସ୍ପିଟାଲ କୁ ଦୌଡୁ ଥାନ୍ତି I ତେବେ ଏତେବଡ଼ ଦୁର୍ଘଟଣା ଘଟିଲା କେମିତି ? ଏହା ପଛରେ କାହାର ହାତ ରହିଛି ? ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ତୃଟି ଜନିତ I ଏହାର ଖୋଳତାଡ଼ କରିବାକୁ ସିବିଆଇର ୧୦ ଜଣିଆ ଟିମ୍ ଗତକାଲି ଠାରୁ ଦୁର୍ଘଟଣାସ୍ଥଳରେ ପହଞ୍ଚିିଛନ୍ତି I ଆଜି ଦ୍ୱିତୀୟ ଦିନରେ ଘଟଣା ଦିନ କାର୍ଯ୍ୟରତ ଥିବା ରେଳ ଅଧିକାରୀଙ୍କ ମୋବାଇଲ ସିଜ୍ ହୋଇଥିବା ସୂଚନା ରହିଛି । ସେହିପରି କଲ୍ ରେକର୍ଡ, ହ୍ୱାଟସଆପ କଲ୍ ଓ ସୋସିଆଲ ମିଡିଆର ତଥ୍ୟ ସଂଗ୍ରହ କରୁଛି ସିବିଆଇ । ଏବେ ଏହି ସବୁ ମୋବାଇଲ ଏବଂ ଡାଟାକୁ ଅନୁଧ୍ୟାନ କରି ସିବିଆଇ ତଦନ୍ତ ଆଗକୁ ବଢାଇବାକୁ ଯାଉଛି । ସେହପରି ଦୁର୍ଘଟଣାର ଶିକାର ହୋଇଥିବା କରମଣ୍ଡଳ ଟ୍ରେନର ଲୋକପାଇଲଟଙ୍କୁ ମଧ୍ୟ ସିବିଆଇ ଜେରା କରିବ ବୋଲି ସୂଚନା ମିଳିଛି । ଅନ୍ୟପଟେ ଏହି ମାମଲାରେ ରେଲୱେ ମଧ୍ୟ ନିଜ ଆଡୁ ତଦନ୍ତ କରୁଛି । ରେଲୱେର ତଦନ୍ତକାରୀ ଟିମ୍ ଷ୍ଟେସନ ମାଷ୍ଟରଙ୍କୁ ରିପୋର୍ଟ ମାଗିଥିବା ସୂଚନା ରହିଛି ।




