ବିଜେଡି ନେତା ପ୍ରିତିରଞ୍ଜନ ଘଡେ଼ଇଙ୍କ ଘରେ ଚଢ଼ାଉ
ନୂଆପଡା : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ । ନୂଆପଡା ଖରିଆର୍ ରୋଡ ସ୍ଥିତ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି । ସେପଟେ ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ […]
ନୂଆପଡା : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କ ଘରେ ଚଢାଉ । ନୂଆପଡା ଖରିଆର୍ ରୋଡ ସ୍ଥିତ ବାସଭବନରେ ପୁଲିସ ଚଢାଉ କରିଥିବା ସୂଚନା ମିଳିଛି । ନୂଆପଡା ଉପନିର୍ବାଚନ ପାଇଁ ପ୍ରଚାର ଦାୟିତ୍ୱରେ ଅଛନ୍ତି ପ୍ରୀତିରଞ୍ଜନ । ଏହି ସମୟରେ ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି । ସେପଟେ ନୂଆପଡା ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛି ବିଜେଡି ।
ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଜିତାଇବା ପାଇଁ ପ୍ରଚାରକୁ ଜୋରଦାର କରାଯାଉଥିବା ବେଳେ ଜଣେ ନେତାଙ୍କ ଘରେ ଏଭଳି ଚଢାଉ କରାଯିବା ପରେ ପ୍ରଶ୍ନ ଉଠାଇଛି ବିଜେଡି । ଉପନିର୍ବାଚନ ସମୟରେ କୌଣସି ଏକ ଖବର ପାଇ ପୁଲିସ ଓ ଜିଲାପାଳ ଚଢାଉ କରିବାକୁ ଯାଇଥିବା ବେଳେ ଘରେ ପ୍ରୀତିରଞ୍ଜନ ନଥିବାରୁ ଫେରିଆସିଥିଲେ ।
ନୂଆପଡ଼ା ଉପନିର୍ବାଚନ ମାହୋଲ ସରଗରମ ହେବାରେ ଲାଗିଛି । ତିନି ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରଚାର ଜାରି ରହିଛି । ଏହି ନିର୍ବାଚନ ମଣ୍ଡଳୀରେ ମୋଟ୍ ଭୋଟରଙ୍କ ସଂଖ୍ୟା ୨ ଲକ୍ଷ ୫୩ ହଜାର ୬୨୪ । ସେମାନଙ୍କ ମଧ୍ୟରୁ ୪୦ ପ୍ରତିଶତ ହେଉଛନ୍ତି ଆଦିବାସୀ ।
ସେପଟେ ନୂଆପଡ଼ା ଉପନିର୍ବାଚନ ଅବାଧ ଓ ନିରପେକ୍ଷ ହେଉ ବୋଲି କହିଛି ବିଜେଡି । ନିଯୁକ୍ତ ଅବଜର୍ଭରମାନଙ୍କୁ ଭେଟି ବିଜେପି ଏଭଳି ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରହୁ ବୋଲି କହିଛି । ଆଜି ଏକ ପ୍ରେସ ମିଟ କରି ବିଜେଡି ନେତ୍ରୀ ଲେଖା ସାମନ୍ତସିଂହାର କହିଛନ୍ତି ବିଜେପି ୨୦୨୪ ନିର୍ବାଚନରେ ନିଜ ରଙ୍ଗ ଦେଖାଇଥିଲା। ବୁଥରେ ରିଗିଂ, ଇଭିଏମ ଏବଂ ଭୋଟ ଗଣତିରେ ହେରଫେର ହୋଇଥିଲା। ବିଜେପି ବିଜୟ ଲାଗି ଭୋଟ ଚୋରି କରିବାରେ ଓସ୍ତାଦ । ନୂଆପଡ଼ାରେ ବିଜେପିର ମାଳମାଳ ନେତା ଘୂରି ବୁଲୁଛନ୍ତି । ସରକାରୀ କଳର ଦୁରୂପଯୋଗ କରାଯାଉଛି। ପ୍ରଶାସନିକ ଅଧିକାରୀଙ୍କୁ ବ୍ୟବହାର କରା ନଯାଉ ବୋଲି କହିଛି ବିଜେଡି ।




