ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ୱର : ବରିଷ୍ଠ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ । ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣରୁ ଚଢ଼ଉ କରାଯାଇଛି । ସସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଛି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି। ସିଆରପିଏଫ ଯବାନଙ୍କ ଉପସ୍ଥିତରେ […]

Samaya Live Picture
Published On

ଭୁବନେଶ୍ୱର : ବରିଷ୍ଠ ବିଜେଡି ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ ସ୍ୱର୍ଗତ କ୍ଷୀରୋଦ ମଲ୍ଲିକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ । ବିଶ୍ୱ ଏନଜିଓ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ବଡ଼ ଧରଣରୁ ଚଢ଼ଉ କରାଯାଇଛି । ସସମ୍ବଲପୁରର ୩ଟି ଏବଂ ଦିଲ୍ଲୀର ଗୋଟିଏ ସ୍ଥାନରେ ରେଡ୍ କରାଯାଇଛି । ୨୩୧ କୋଟି ଟଙ୍କାର ଠକେଇ ଅଭିଯୋଗରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାଯାଇଛି। ସିଆରପିଏଫ ଯବାନଙ୍କ ଉପସ୍ଥିତରେ ବ୍ୟାପକ ସୁରକ୍ଷା ବଳୟ ମଧ୍ୟରେ ରେଡ୍ ଚାଲିଥିବା ନେଇ ସୂଚନା ମିଳିଛି ।

କ୍ଷୀରୋଦ ଚଳାଉଥିବା ଏନଜିଓ ‘ବିଶ୍ୱ’ ନାଁରେ ଜାଲିଆତି କରିଥିବା ଅଭିଯୋଗ ହେଉଛି । ସ୍ୱର୍ଗତ କ୍ଷୀରୋଦ ମଲ୍ଲିକ ‘ବିଶ୍ୱ’ର ଫାଉଣ୍ଡର୍ ଥିଲେ । କ୍ଷୀରୋଦଙ୍କ ଦେହାନ୍ତ ପରେ ତାଙ୍କ ପୁଅ ଦେବବ୍ରତ୍ତ ମଲ୍ଲିକ ଏବେ ଏହି ସଂସ୍ଥାକୁ ଚଳାଉଛନ୍ତି । ସେ ବିଭିନ୍ନ ରାଷ୍ଟ୍ରାୟତ୍ତ ଏବଂ ଅନ୍ତର୍ଜାତୀୟ ୨୮ ଟି ବ୍ୟାଙ୍କରୁ ୨୩୧ କୋଟି ଟଙ୍କା ଋଣ କରି ପୈଠ କରି ନ ଥିବା ଅଭିଯୋଗ ହୋଇଛି ।

ଗତ ୨୦୨୪ ନିର୍ବାଚନରେ କ୍ଷୀରୋଦ ମଲ୍ଲିକ ଏହି ସବୁ ଟଙ୍କା ଲଗାଇଥିବା ନେଇ ଅଭିଯୋଗ ଆସିଥିଲା I ଏନେଇ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ମଧ୍ୟ ବିଶ୍ୱ ଏନଜିଓରେ କ୍ରାଇମବ୍ରାଞ୍ଚ ପକ୍ଷରୁ ୩ ଥର ଚଢ଼ାଉ କରାଯାଇଛି। ଏଥିସହ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଜବତ କରାଯାଇଥିଲା।

Tags: