ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗର ରେଡ୍

କଟକ : ବାତ୍ୟା ନ ଆସୁଣୁ ମାତିଲେଣି କଳାବଜାରୀ । ହୁ ହୁ ହୋଇ ବଢିଚାଲିଛି ବଜାର ଦର । ଗୋଟିଏ ଦିନରେ ଏକ। ଥରକେ ୨୦ ଟଙ୍କା ବଢିଛି ଆଳୁ ଦର । ଦିନକ ପୂର୍ବରୁ ଆଳୁ ଦର କିଲୋପିଛା ୩୦ ଟଙ୍କା ଥିବାବେଳେ ଗତ କାଲି ହଠାତ ଏହା ୨୦ ଟଙ୍କା ବୃଦ୍ଧିପାଇ ୫୦ ଟଙ୍କାରେ ପହଁଚିଛି । ସେହିପରି ପିଆଜ ଦର କିଲୋପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ପରିବା ଦର […]

Samaya Live Picture
Published On

କଟକ : ବାତ୍ୟା ନ ଆସୁଣୁ ମାତିଲେଣି କଳାବଜାରୀ । ହୁ ହୁ ହୋଇ ବଢିଚାଲିଛି ବଜାର ଦର । ଗୋଟିଏ ଦିନରେ ଏକ। ଥରକେ ୨୦ ଟଙ୍କା ବଢିଛି ଆଳୁ ଦର । ଦିନକ ପୂର୍ବରୁ ଆଳୁ ଦର କିଲୋପିଛା ୩୦ ଟଙ୍କା ଥିବାବେଳେ ଗତ କାଲି ହଠାତ ଏହା ୨୦ ଟଙ୍କା ବୃଦ୍ଧିପାଇ ୫୦ ଟଙ୍କାରେ ପହଁଚିଛି । ସେହିପରି ପିଆଜ ଦର କିଲୋପିଛା ୮୦ ଟଙ୍କାରେ ବିକ୍ରି ହେଉଛି । ପରିବା ଦର ବେଲଗାମ ହେଲାଣି । ଏମିତିରେ ତ କାର୍ତିକ ମାସରେ ପରିବା ଦର ୪ ଗୁଣା ବଢିଥାଏ । ଏହା ସାଙ୍ଗକୁ ବାତ୍ୟା ଛନକା ଯୋଗୁଁ କଳାବଜାରୀଙ୍କ ପୌଷ ମାସ । ବାତ୍ୟା ଭୟ ଠାରୁ ଆହୁରି ଭୟଙ୍କର ହେଲାଣି ବଜାର ଦର । ଏହାକୁ ନେଇ କଲବଲ ହେଉଛନ୍ତି ଲୋକେ । ଏପଟେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଯେପରି କଳାବଜାରୀ ନହେବ ସେ ନେଇ କଡା ନଜର ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାତ୍ୟାକୁ ଆଖି ଆଗରେ ରଖି ପ୍ରଶାସନ ବି ପୁରା ସଜାଗ ରହିଛି । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଆଜି କଟକ ଛତ୍ରବଜାରରେ ଖାଦ୍ୟ ଓ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଛତ୍ରବଜାରର ବିଭିନ୍ନ ଗୋଦାମରେ ସାମଗ୍ରୀ ମହଜୁଦ୍ ସହ କଳାବଜାରୀ ନେଇ ଯାଞ୍ଚ କରାଯାଇଛି । ଏବଂ ଅସାଧୁ ବ୍ୟବସାୟୀଙ୍କୁ କଡା ତାଗିଦ କରାଯାଇଛି। କେହି ବ୍ୟବସାୟୀ କଳା ବଜାରୀ କଲେ କଡା କାର୍ଯ୍ୟାନୁଷ୍ଠାନ ହେବ। ଏବଂ ଅନାବଶ୍ୟକ ଜିନିଷ ମହଜୁଦ ନ କରିବାକୁ ବ୍ୟବସାୟୀଙ୍କୁ ପରାମର୍ଶ ଦିଆଯାଇଛି।

Tags: