ବେଆଇନ ଲିଙ୍ଗ ନିରୂପଣ ଅଭିଯୋଗରେ ଡାକ୍ତରଙ୍କ ଘରେ ଚଢଉ

କଟକ : ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ I ଚଢ଼ାଉ କରି ୩ ଦଲାଲଙ୍କୁ ଧରିଛି ସ୍ୱାସ୍ଥ୍ୟ ବିଭାଗ I ଡାକ୍ତରଙ୍କ ନା ପୁଣ୍ୟଶ୍ଳୋକ ଦାସ I ପୂର୍ବରୁ ମଧ୍ୟ ଏହି କାରବାର ଯୋଗୁଁ ସେ ୨ ଥର ଧରାପଡିଥିଲେ I ଡାକ୍ତର ନିଜ ଘରେ କ୍ଲିନିକ କରି ବେଆଇନ ଲିଙ୍ଗ ନିରୂପଣ କରୁଥିଲେ I କଟକ ଫ୍ରେଣ୍ଡସ୍‍ କଲୋନୀରେ ଥିବା ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ଘରେ ଚଢଉ କରାଯାଇଛି। ଡାକ୍ତରଙ୍କ ବିରୋଧରେ ଲିଙ୍ଗ […]

Samaya Live Picture
Published On

କଟକ : ଡାକ୍ତରଙ୍କ ଘରେ ଚାଲିଥିଲା ବେଆଇନ ଲିଙ୍ଗ ନିରୂପଣ I ଚଢ଼ାଉ କରି ୩ ଦଲାଲଙ୍କୁ ଧରିଛି ସ୍ୱାସ୍ଥ୍ୟ ବିଭାଗ I ଡାକ୍ତରଙ୍କ ନା ପୁଣ୍ୟଶ୍ଳୋକ ଦାସ I ପୂର୍ବରୁ ମଧ୍ୟ ଏହି କାରବାର ଯୋଗୁଁ ସେ ୨ ଥର ଧରାପଡିଥିଲେ I ଡାକ୍ତର ନିଜ ଘରେ କ୍ଲିନିକ କରି ବେଆଇନ ଲିଙ୍ଗ ନିରୂପଣ କରୁଥିଲେ I

କଟକ ଫ୍ରେଣ୍ଡସ୍‍ କଲୋନୀରେ ଥିବା ଡାକ୍ତର ପୁଣ୍ୟଶ୍ଳୋକ ଦାସଙ୍କ ଘରେ ଚଢଉ କରାଯାଇଛି। ଡାକ୍ତରଙ୍କ ବିରୋଧରେ ଲିଙ୍ଗ ନିରୂପଣ ଅଭିଯୋଗ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‍ ଚଢଉ କରିଥିଲା I ଚଢଉ ସମୟରେ ତାଙ୍କ ଘରୁ ଅଲଟ୍ରାସାଉଣ୍ଡ ମେସିନ, ନଗଦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗର ଟିମ୍‍ ସହିତ ଉପଜିଲ୍ଲାପାଳ ଉପସ୍ଥିତ ରହିଛନ୍ତି। ଡାକ୍ତର ଜଣଙ୍କ ଦେବଗଡରେ ଏକ ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ତାଙ୍କ ବିରୋଧରେ ମିଥ୍ୟ ଅଭିଯୋଗ ହୋଇଥିବା କହିଛନ୍ତି ଡାକ୍ତର।

Tags: