ସିମୁଳିଆରେ ରାହୁଲଙ୍କ ଜୋରଦାର ପ୍ରଚାର

ସିମୁଳିଆ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର I ଏହି ପରିପ୍ରେକ୍ଷୀରେ ଉତ୍ତର ଓଡିଶା ସମେତ ଉପକୂଳ ଅଞ୍ଚଳରେ ପ୍ରଚାର କରୁଛନ୍ତି ବହୁ ହେଭିୱେଟ I ଆଜି ଓଡିଶା ଗସ୍ତରେ ଆସି ବାଲେଶ୍ୱର ସିମୁଳିଆରେ ବିଶାଳ ଜନ ସଭାକୁ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ I ଓଡ଼ିଶାରେ ବିଜେଡି-ବିଜେପି ମିଶିକି ଅଛନ୍ତି। ଉଭୟ ଦଳର ଚିନ୍ତାଧାରା ଗୋଟିଏ ବୋଲି କହିଛନ୍ତି ରାହୁଲ । ଏହି ଅବସରରେ ରାହୁଲ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ […]

Samaya Live Picture
Published On

ସିମୁଳିଆ: ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର I ଏହି ପରିପ୍ରେକ୍ଷୀରେ ଉତ୍ତର ଓଡିଶା ସମେତ ଉପକୂଳ ଅଞ୍ଚଳରେ ପ୍ରଚାର କରୁଛନ୍ତି ବହୁ ହେଭିୱେଟ I ଆଜି ଓଡିଶା ଗସ୍ତରେ ଆସି ବାଲେଶ୍ୱର ସିମୁଳିଆରେ ବିଶାଳ ଜନ ସଭାକୁ ସମ୍ବୋଧନ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ I ଓଡ଼ିଶାରେ ବିଜେଡି-ବିଜେପି ମିଶିକି ଅଛନ୍ତି। ଉଭୟ ଦଳର ଚିନ୍ତାଧାରା ଗୋଟିଏ ବୋଲି କହିଛନ୍ତି ରାହୁଲ ।

ଏହି ଅବସରରେ ରାହୁଲ ଦଳୀୟ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିବା ସହିତ ବିଜେଡି ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ ଜନସାଧାରଣଙ୍କୁ ସମ୍ବୋଧନ କରି କହିଥିଲେ, ବିଜେପି ସମ୍ବିଧାନକୁ ଶେଷ କରିବାକୁ ଚାହୁଁଛି। କିନ୍ତୁ ଦୁନିଆର ଏଭଳି କୌଣସି ଶକ୍ତି ନାହିଁ ସମ୍ବିଧାନକୁ ସମାପ୍ତ କରିଦେବ। ସେମାନେ ଯେତେ ଶକ୍ତି ଲଗାଇଲେ ବି ସମ୍ବିଧାନକୁ ଶେଷ କରିପାରିବେ ନାହିଁ।

ଋାହୁଲ ଆହୁରି କହିଥିଲେ ଯେ, ବିଜେଡି-ବିଜେପି ମିଶିକି ଅଛନ୍ତି। ସେ ବିଜେପି ବିରୋଧରେ ଲଢ଼ୁଥିବାରୁ ତାଙ୍କ ନାମରେ ୨୪ଟି ମାମଲା ହୋଇଛି। ଯଦି ନବୀନ ବିଜେପି ବିରୋଧରେ ଲଢ଼ୁଛନ୍ତି, ତାହେଲେ ତାଙ୍କ ନାଁରେ ମାମଲା କାହିଁକି ହେଉନି। ଓଡ଼ିଶାରେ ମୋଦୀ-ନବୀନଙ୍କ ଭାଗିଦାରିତା ଭାଙ୍ଗି ଫିଙ୍ଗିଦେବାକୁ ଚାହୁଁଛୁ ବୋଲି ରାହୁଲ କହିଥିଲେ। ଜୁନ ୪ରେ ଓଡ଼ିଶାରେ କଂଗ୍ରେସ ସରକାର ଗଠନ କରିବ। ୫ ତାରିଖରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୮୫୦୦ ଟଙ୍କା ଆସିବ। ସମସ୍ତ ଚାଷୀଙ୍କ ଋଣ ଛାଡ଼ କରାଯିବ ବୋଲି ରାହୁଲ କହିଛନ୍ତି।

Tags: