ଆଜି ପାଇଁ ରାହୁଲ ଗାନ୍ଧୀଙ୍କ ରାୟଗଡା ଗସ୍ତ ବାତିଲ

ଭୁବନେଶ୍ୱର : ଆଜି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାୟଗଡା ଗସ୍ତ ବାତିଲ ହୋଇଛି I ଆଜି ସେ ରାୟଗଡ଼ା ଆସିବେ ନାହିଁ। ରାୟବରେଲୀ ଆସନରୁ ପ୍ରାର୍ଥୀ ଭାବରେ ରାହୁଲ ଗାନ୍ଧୀଙ୍କ ନାଁ ଘୋଷଣା ପରେ ସେ ଆଜି ନାମାଙ୍କନ ଭରିବେ I ସେଥିପାଇଁ ତାଙ୍କର ରାୟଗଡା ଗସ୍ତ ବାତିଲ ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଉତ୍ତରପ୍ରଦେଶ ରାୟରେଲୀରେ ଆଜି ନାମାଙ୍କନର ଶେଷ ତାରିଖ ରହିଛି I ସୂଚନାଯୋଗ୍ୟ, […]

Samaya Live Picture
Published On

ଭୁବନେଶ୍ୱର : ଆଜି ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ରାୟଗଡା ଗସ୍ତ ବାତିଲ ହୋଇଛି I ଆଜି ସେ ରାୟଗଡ଼ା ଆସିବେ ନାହିଁ। ରାୟବରେଲୀ ଆସନରୁ ପ୍ରାର୍ଥୀ ଭାବରେ ରାହୁଲ ଗାନ୍ଧୀଙ୍କ ନାଁ ଘୋଷଣା ପରେ ସେ ଆଜି ନାମାଙ୍କନ ଭରିବେ I ସେଥିପାଇଁ ତାଙ୍କର ରାୟଗଡା ଗସ୍ତ ବାତିଲ ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି। ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ଉତ୍ତରପ୍ରଦେଶ ରାୟରେଲୀରେ ଆଜି ନାମାଙ୍କନର ଶେଷ ତାରିଖ ରହିଛି I

ସୂଚନାଯୋଗ୍ୟ, ରାହୁଲ ମଧ୍ୟାହ୍ନ ୧୨ଟାରେ ହେଲିକେପ୍ଟର ଯୋଗେ ରାୟଗଡାରେ ଆସିବାର କାର୍ଯ୍ୟକ୍ରମ ଥିଲା। ଏହାପରେ ସେ ସ୍ଥାନୀୟ ଜିଆଇଏସିଆର୍ କଲେଜ ସମ୍ମୁଖପଡିଆରେ ଆୟୋଜିତ ନ୍ୟାୟ ସମାବେଶରେ ଦଳୀୟ କର୍ମୀ ଓ ଜନସାଧାରଣଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା I ରାହୁଲଙ୍କ ଗସ୍ତ ବାତିଲ ପରେ ସମସ୍ତ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିବା ସୂଚନା ରହିଛି।

Tags: