ଓଡିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଓଡିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଜୁଲାଇ ୭ ପରେ ୮,୯ […]

ଓଡିଶା ଆସିବେ ରାହୁଲ ଗାନ୍ଧୀ
Samaya Live Picture
Published On

ଭୁବନେଶ୍ୱର : ଓଡିଶା ଆସିବେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି । ଜୁଲାଇ ୭ ପରେ ୮,୯ କିମ୍ବା ୧୦ ତାରିଖରେ ଓଡିଶା ଆସିପାରନ୍ତି ରାହୁଲ। କଂଗ୍ରେସ ର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ମହିଳା ଅତ୍ୟାଚାର ବିରୋଧରେ ଭୁବନେଶ୍ଵରରେ ଏକ ବଡ ସମାବେଶ ଆୟୋଜନ କରିବାକୁ ଯାଉଛି କଂଗ୍ରେସ। ଏହି ସମାବେଶରେ ହଜାର ହଜାର ସଂଖ୍ୟାରେ ନେତା ଓ କର୍ମୀ ଯୋଗଦେବା ନେଇ ସୂଚନା ରହିଛି।

Tags: