ସୌମ୍ୟାଙ୍କ ବାପାଙ୍କ ସହ କଥା ହେଲେ ରାହୁଲ ଗାନ୍ଧୀ
ବାଲେଶ୍ୱର : ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏନେଇ ରାହୁଲ ଗାନ୍ଧୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଜି ସକାଳେ ରାହୁଲ ଫୋନ୍ ଯୋଗେ କଥା ହୋଇଥିବା କହିଛନ୍ତି ସୌମ୍ୟଶ୍ରୀଙ୍କ ବାପା ବଳରାମ ବିଶି । ଫୋନ୍ରେ ଆଲୋଚନା ବେଳେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି […]
ବାଲେଶ୍ୱର : ସୌମ୍ୟାଶ୍ରୀଙ୍କ ବାପାଙ୍କ ସହ କଥା ହେଲେ କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏନେଇ ରାହୁଲ ଗାନ୍ଧୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଆଜି ସକାଳେ ରାହୁଲ ଫୋନ୍ ଯୋଗେ କଥା ହୋଇଥିବା କହିଛନ୍ତି ସୌମ୍ୟଶ୍ରୀଙ୍କ ବାପା ବଳରାମ ବିଶି । ଫୋନ୍ରେ ଆଲୋଚନା ବେଳେ ନ୍ୟାୟ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ । ଝିଅର କଷ୍ଟ, ସ୍ବପ୍ନ ଓ ସଂଘର୍ଷକୁ ଭଲଭାବେ ହୃଦୟଙ୍ଗମ କରିପାରୁଛି । ପୀଡ଼ିତାଙ୍କ ପରିବାର ସହ ରହିଛି କଂଗ୍ରେସ ବୋଲି କହିଛନ୍ତି ରାହୁଲ।
ପୀଡ଼ିତାଙ୍କ ପରିବାରକୁ କିଭଳି ନିଶ୍ଚିତ ନ୍ୟାୟ ମିଳିବ ସେ କଥା ନିଜ ପୋଷ୍ଟରେ ଜଣାଇଛନ୍ତି ରାହୁଲ । ସେପଟେ ଖୁବଶୀଘ୍ର ବାଲେଶ୍ବର ଆସିପାରନ୍ତି ପ୍ରିୟଙ୍କା ଗାନ୍ଧୀ । ବାଲେଶ୍ବର ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି । ଜାତୀୟ ସ୍ତରରେ ଏହାକୁ ନେଇ ଉଦ୍ବେଗ ପ୍ରକାଶ ପାଇଛି ।




