ରମାଦେବୀ କଲେଜରେ ଛାତ୍ରୀଙ୍କୁ ରାଗିଂ

ଭୁବନେଶ୍ୱର : ରମାଦେବୀ କଲେଜରେ ଏକ ଛାତ୍ରୀଙ୍କୁ ରାଗିଂ କରୁଥିବାର ଅଭିଯୋଗ ଆସିଛି l ଛାତ୍ରୀ ଜନଙ୍କକୁ ଅଶିଲା ଭିଡ଼ିଓ ଦେଖାଇବାସହ ବିଭିନ ପ୍ରକାରର ରାଗିଂ ଜରାଯାଇଛି l ସୂଚନାନୁସାରେ ,ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ । ପ୍ଲସ୍ ଟୁ ଫାଷ୍ଟ ଇୟରର ଛାତ୍ରୀ ଏହି ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ କିଛି ପଦକ୍ଷେପ ନିଆନଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଛନ୍ତି । ଏହା ପରେ […]

Samaya Live Picture
Published On

ଭୁବନେଶ୍ୱର : ରମାଦେବୀ କଲେଜରେ ଏକ ଛାତ୍ରୀଙ୍କୁ ରାଗିଂ କରୁଥିବାର ଅଭିଯୋଗ ଆସିଛି l ଛାତ୍ରୀ ଜନଙ୍କକୁ ଅଶିଲା ଭିଡ଼ିଓ ଦେଖାଇବାସହ ବିଭିନ ପ୍ରକାରର ରାଗିଂ ଜରାଯାଇଛି l
ସୂଚନାନୁସାରେ ,ରମାଦେବୀ ଜୁନିଅର କଲେଜରେ ରାଗିଂ ଅଭିଯୋଗ । ପ୍ଲସ୍ ଟୁ ଫାଷ୍ଟ ଇୟରର ଛାତ୍ରୀ ଏହି ଅଭିଯୋଗ କରିଛନ୍ତି । ଏ ସଂପର୍କରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସତ୍ତ୍ୱେ କିଛି ପଦକ୍ଷେପ ନିଆନଯିବାରୁ ଗଣଶିକ୍ଷା ବିଭାଗକୁ ଲିଖିତ ଭାବେ ଜଣାଇଛନ୍ତି । ଏହା ପରେ ଘଟଣାର ତଦନ୍ତ କରି ରିପୋର୍ଟ ଦେବ ପାଇଁ ଉଚ୍ଚମାଧ୍ୟମିକ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତିଆଣ ମନ୍ତବ୍ୟ ଅଶ୍ଲୀଳ ଭିଡିଓ ଦେଖାଇବା ରାତିରେ ସର୍ଟସ ପିନ୍ଧିବାକୁ ବାଧ୍ୟ କରିବା ଭଳି ସଂଗୀନ ଅଭିଯୋଗ ଆଣିଥିଲେ ଏହି ଛାତ୍ରୀ ଜଣକ । ଏନେଇ କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଛାତ୍ରୀଜଣକ ଯୁକ୍ତ ୨ ପ୍ରଥମ ବର୍ଷରେ ପଢ଼ୁଥିବା ବେଳେ ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାଯାଇଛି । ସେ କରିଥିବା ଅଭିଯୋଗ ଅନୁଯାୟୀ, ରମାଦେବୀ ଜୁନିୟର କଲେଜର ୧ ନମ୍ବର ରୁମ୍‌ରେ ସେ ରହୁଥିବା ବେଳେ ସେଠାରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଛି । ଏପରିକି ଏକ ଘରିକିଆ କରି ରଖାଯାଇଛି l ଛାତ୍ରୀଙ୍କ ଅଭିଯୋଗ କି ରୁମ୍‌ରେ ତାଙ୍କୁ ଏକ ଘରକିଆ କରି ରଖାଯାଉଥିଲା । ତାଙ୍କ ପୋଷାକପତ୍ର, ଜୋତା ଅଲଗା ରଖିବାକୁ କୁହାଯାଉଥିଲ। । ସେ ଓଡ଼ିଆ ମିଡିୟମ ଛାତ୍ରୀ ହୋଇଥିବା ବେଳେ ତାଙ୍କ ରୁମମେଟ୍‌ମାନେ ଇଂଲିଶ ମିଡିୟମ ଛାତ୍ରୀ । ସେମାନେ ଏପରି ପାତରଅନ୍ତର କରୁଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି ବୋଲି ଜଣାପଡିଛି l ବର୍ତମାନ ରହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି ବୋଲି ସୂଚନା ମିଳିଛି l

Tags: