ଭୁବନେଶ୍ୱରରେ ରେଡିଓ ପ୍ରଦର୍ଶନୀ

ଭୁବନେଶ୍ୱର: ଅପ୍ରେଲ ୧୮: ବର୍ତ୍ତମାନର ଡିଜିଟାଲ ଯୁଗରେ ବେତାର ରେଡିଓକୁ ଆଉ କେହି ମନେ ପକଉନାହାଁନ୍ତି । ଟେଲିଭିଜନ ଯୁଗରେ ରେଡିଓ ଏକ ସ୍ମୃତି ହୋଇ ରହିଯାଇଛି । ତେବେ ଏହି ପୁରୁଣା ସ୍ମୃତିକୁ ପୁଣି ମନେପକାଇବା ପାଇଁ ରାଜଧାନୀରେ ଅନୁଷ୍ଠିତ ହୋଇଛି ରେଡିଓ ଫେୟାର । ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ପ୍ରଦର୍ଶିତ […]

Samaya Live Picture
Published On

ଭୁବନେଶ୍ୱର: ଅପ୍ରେଲ ୧୮: ବର୍ତ୍ତମାନର ଡିଜିଟାଲ ଯୁଗରେ ବେତାର ରେଡିଓକୁ ଆଉ କେହି ମନେ ପକଉନାହାଁନ୍ତି । ଟେଲିଭିଜନ ଯୁଗରେ ରେଡିଓ ଏକ ସ୍ମୃତି ହୋଇ ରହିଯାଇଛି । ତେବେ ଏହି ପୁରୁଣା ସ୍ମୃତିକୁ ପୁଣି ମନେପକାଇବା ପାଇଁ ରାଜଧାନୀରେ ଅନୁଷ୍ଠିତ ହୋଇଛି ରେଡିଓ ଫେୟାର । ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ଆଉଟରିଚ୍ ପକ୍ଷରୁ ଅଷ୍ଟମ ଅନ୍ତର୍ଜାତୀୟ ରେଡିଓ ମେଳା ଅନୁଷ୍ଠିତ ହୋଇଛି । ପ୍ରଦର୍ଶନୀରେ ଶହ ଶହ ସଂଖ୍ୟାରେ ନୂଆ ଓ ପୁରୁଣା ରେଡିଓ ପ୍ରଦର୍ଶିତ କରାଯାଇଛି ।ସେହିପରି ଗ୍ରାମ୍ଫୋନ, ପ୍ରସାରଣ ସାମଗ୍ରୀ, ବିଭିନ୍ନ ପ୍ରକାର ଓ୍ୱାକିଟକି ସହ ହାମ ରେଡିଓ ପ୍ରଦର୍ଶନୀ ମେଳାର ଆକର୍ଷଣ ସାଜିଛି । ବିଭିନ୍ନ ରାଜ୍ୟର ଲାଇସେନ୍ସ ପ୍ରାପ୍ତ ହାମ ରେଡିଓ ଅପରେଟର, ହାମ୍ ରେଡିଓ ସମେତ ଏମର୍ଜେନ୍ସି ରେଡିଓର ପ୍ରଦର୍ଶନୀ କରିଛନ୍ତି । ଦେଶର ଲୋକପ୍ରିୟ ରେଡିଓ ଜକି ଆରଜେ ବିନି ଓ ଆରଜେ ରାଘବ ଏହି ମେଳାରେ ଯୋଗ ଦେଇଛନ୍ତି । ଉଦ୍ଘାଟନୀ ଉତ୍ସବରେ ବିଧାୟକ ଆକାଶ ଦାସ ଯୋଗଦେଇ ରେଡିଓର ଲୋକପ୍ରିୟତା ବିଷୟରେ ମତ ରଖିଥିଲେ ।