ଭୁବନେଶ୍ୱରରେ ୬ଟି ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ

ଭୁବନେଶ୍ୱର : ଆଜି ପବିତ୍ର ବିଜୟ ଦଶମୀ I ଆଜି ଦିନରେ ଅସତ୍ୟ,ଅଧର୍ମ,ପାପ ର ବିନାଶ ସ୍ୱରୂପ ରାବଣ ପୋଡି ହୋଇଥାଏ I ଏହି ଦିନ ପ୍ରଭୁ ଶ୍ରୀରାମ ମହାପ୍ରତାପୀ ଲଙ୍କାପତି ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ। ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଛି।ରାବଣ ପୋଡି ପାଇଁ ରାଜଧାନୀ ଭୁବନେଶ୍ୱରରେ […]

Samaya Live Picture
Published On

ଭୁବନେଶ୍ୱର : ଆଜି ପବିତ୍ର ବିଜୟ ଦଶମୀ I ଆଜି ଦିନରେ ଅସତ୍ୟ,ଅଧର୍ମ,ପାପ ର ବିନାଶ ସ୍ୱରୂପ ରାବଣ ପୋଡି ହୋଇଥାଏ I ଏହି ଦିନ ପ୍ରଭୁ ଶ୍ରୀରାମ ମହାପ୍ରତାପୀ ଲଙ୍କାପତି ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ଆଜି ଦିନରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ। ଯାହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ପାଇଁ ଆୟୋଜକଙ୍କ ପକ୍ଷରୁ ସ୍ଵତନ୍ତ୍ର ପ୍ରସ୍ତୁତି କରାଯାଇଛି।ରାବଣ ପୋଡି ପାଇଁ ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀର ୬ ଟି ସ୍ଥାନକୁ ମିଳିଛି ଅନୁମତି । ଝାରପଡା, ବରମୁଣ୍ଡା, ନହାରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋକୁ ରାବଣ ପୋଡି ପାଇଁ ଅନୁମତି ପ୍ରଦାନ କରାଯାଇଛି।

ଜନଗହଳିପୂର୍ଣ୍ଣ ତଥା ଲୋକେ ବସବାସ କରୁଥିବା ଅଞ୍ଚଳକୁ ଏଥର ଅନୁମତି ମିଳିନାହିଁ। ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମାବଳୀ ପାଳନ କରୁଥିବା ପୂଜା ମଣ୍ଡପକୁ ଅନୁମତି ପ୍ରଦାନ କରିଛି ଅଗ୍ନିଶମ ବିଭାଗ । ଏନେଇ ଡେପୁଟି ଫାୟାର ଅଫିସର ଅବନୀ ସ୍ୱାଇଁ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ, ଆଜି ସନ୍ଧ୍ୟା ୭.୩୦ ରୁ ରାତି ୯ ଭିତରେ ଏହି ରାବଣ ପୋଡ଼ି କାର୍ୟ୍ୟକ୍ରମ ଶେଷ ହେବ ବୋଲି ସମୟ ନିର୍ଦ୍ଧାରିତ କରାଯାଇଛି। ଏହା ସହ ନିର୍ଦ୍ଧିଷ୍ଟ ଡେଶିବେଲ ଓ ବ୍ରାଣ୍ଡର ବାଣ ଫୁଟାଇବା ଅନୁମତି ମିଳିଛି । ସେହିପରି ମାନସିକ ଓ ହୃଦ୍ ରୋଗୀ, ବୟସ୍କ ଲୋକଙ୍କୁ ରାବଣ ପୋଡ଼ି ସ୍ଥାନକୁ ଯିବାକୁ ବାରଣ କରାଯାଇଛି । ଛୋଟ ପିଲାଙ୍କୁ ରାବଣ ପୋଡ଼ି ସ୍ଥାନକୁ ନ ଆଣିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ରାବଣ ପୋଡି ହେଉଥିବା ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିବେ। ଜଣେ ଫାୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ ରାବଣ ପୋଡି ମଣ୍ଡପ ନିକଟରେ ନିୟୋଜିତ ହେବ। ସେପଟେ ସୁରକ୍ଷା ଦୃଷ୍ଟିରୁ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ । ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ । ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡର ବ୍ୟବସ୍ଥା କରାଯାଇଛି ।

Tags: