କାଳିଆ ଯୋଜନାକୁ ନେଇ ଗୃହରେ ପ୍ରଶ୍ନ
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଉତ୍ତର ରଖିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନ ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ଏହାକୁ ନେଇ ସୂଚନା ଦିଆଯିବ। ବିଧାନସଭାରେ […]
ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳରେ ଉଠିଲା କାଳିଆ ଯୋଜନା। ବୁଧବାର ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ କୃଷି ମନ୍ତ୍ରୀ କେଭି ସିଂ ଦେଓଙ୍କୁ କାଳିଆ ଯୋଜନା ସମ୍ପର୍କରେ ପ୍ରଶ୍ନ କରିଛନ୍ତି। ଏନେଇ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହାର ଉତ୍ତର ରଖିଛନ୍ତି। କୃଷିମନ୍ତ୍ରୀ କହିଛନ୍ତି, ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନ ଚାଲିଛି । ଏହାର ନିଷ୍ପତ୍ତି ହେଲା ପରେ ଏହାକୁ ନେଇ ସୂଚନା ଦିଆଯିବ।
ବିଧାନସଭାରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପ୍ରଶ୍ନ କରିଥିଲେ, କାଳିଆ ଯୋଜନା ଆଗାମୀ ଦିନରେ ଜାରି ରହିବ ନା ବନ୍ଦ ହେଇଯିବ? ଆଉ ଯଦି ଏହା ଜାରି ରହିବ, ତେବେ ଏହାରି ପରିମାଣ ବୃଦ୍ଧି ପାଇବା ନେଇ ସରକାର କିଛି ନିଷ୍ପତ୍ତି ନେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ଯାହାକୁ ନେଇ କୃଷି ମନ୍ତ୍ରୀ ଏହାର ଉତ୍ତର ରଖିଥିଲେ।
କନକବର୍ଦ୍ଧନ ସିଂହ ଦେଓ କହିଛନ୍ତି ରାଜ୍ୟରେ କାଳିଆ ଯୋଜନାରେ ମୋଟ ୪୫ଲକ୍ଷ ୬୭ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ହଜାର ୧୨୨ ଜଣ ଭୂମିହୀନ କୃଷି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ଗତ ଜୁନ୍ ୧୮ ତାରିଖରେ ପ୍ରଦାନ କରାଯାଇଥିବା ପିଏମ କିସାନ ସମ୍ମାନନିଧି ଯୋଜନାର ୧୭ ତମ କିସ୍ତିରେ ରାଜ୍ୟର ୨୯ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି।
ସେହିଭଳି କାଳିଆ ଯୋଜନା ବନ୍ଦକୁ ନେଇ ବିଜେଡି ବିଧାୟକ ଅରୁଣ ସାହୁ ପଛ ହାରିଥିବା ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ କହିଛନ୍ତି ରାଜ୍ୟରେ କାଳିଆ ଯୋଜନାରେ ମୋଟ ୪୫ଲକ୍ଷ ୬୭ହଜାର ୫୨୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ହଜାର ୧୨୨ ଜଣ ଭୂମିହୀନ କୃଷି ପରିବାରକୁ ଅନ୍ତର୍ଭୁକ୍ତ କରାଯାଇ ସହାୟତା ରାଶି ପ୍ରଦାନ କରାଯାଇଛି। ସେହିପରି ଗତ ଜୁନ୍ ୧୮ ତାରିଖରେ ପ୍ରଦାନ କରାଯାଇଥିବା ପିଏମ କିସାନ ସମ୍ମାନନିଧି ଯୋଜନାର ୧୭ ତମ କିସ୍ତିରେ ରାଜ୍ୟର ୨୯ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ତେବେ ରାଜ୍ୟରେ କାଳିଆ ଯୋଜନା ସମ୍ପର୍କରେ ଉଚ୍ଚସ୍ତରରେ ଆଲୋଚନା ଓ ବିଚାର ଚାଲିଛି। ଏହାର ନିଷ୍ପତ୍ତି ହେଲା ପରେ ସମସ୍ତ ତଥ୍ୟ ବିଧାୟକଙ୍କୁ ଜଣାଇ ଦିଆଯିବ ବୋଲି ଉତ୍ତରରେ କହିଛନ୍ତି କନକ ବର୍ଦ୍ଧନ ସିଂଦେଓ।




