ସନ୍ତୋଷ ଜନକ ନୁହେଁ କ୍ୱାର୍ଟର ନିର୍ମାଣ କାର୍ଯ୍ୟ – ବାଚସ୍ପତି
ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏନେଇ ସେ କହିଛନ୍ତ, ଦୁଇ ଥର ସମୀକ୍ଷା କଲା ପରେ ବି କାମ ସନ୍ତୋଷଜନକ ନୁହେଁ । ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି । ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ଶେଷ ହେବ କ୍ଵାଟର ନିର୍ମାଣ କାର୍ଯ୍ୟ । ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ […]
ଭୁବନେଶ୍ବର: ବିଧାୟକମାନଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ କ୍ଵାର୍ଟର ନିର୍ମାଣ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି ବାଚସ୍ପତି ସୁରମା ପାଢୀ । ଏନେଇ ସେ କହିଛନ୍ତ, ଦୁଇ ଥର ସମୀକ୍ଷା କଲା ପରେ ବି କାମ ସନ୍ତୋଷଜନକ ନୁହେଁ । ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥରତା ଆସିଛି । ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା ଶେଷ ହେବ କ୍ଵାଟର ନିର୍ମାଣ କାର୍ଯ୍ୟ । ଯେଉଁମାନଙ୍କ ପାଇଁ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାନ୍ତି,ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ । ଏନେଇ ଟାର୍ଗେଟ ତାରିଖ ଦିଆଯାଇଛି ।
ଏଣେ ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଅସନ୍ତୋଷ ପ୍ରକଟ କରିଛନ୍ତି। ସେ କହିଛନ୍ତି, ବିଧାୟକ ମାନଙ୍କ ପାଇଁ ବହୁତଳ ପ୍ରାସାଦ କାର୍ଯ୍ୟରେ ଆମେ ଅସନ୍ତୁଷ୍ଟ । ୨୦୨୯ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହେଊା ଭଳି ଲାଗୁନି । ସରକାର ଏବଂ ବାଚସ୍ପତି ମନିଟର କରନ୍ତୁ । ଯେଉଁ କମ୍ପାନିକୁ ଦେଇଛନ୍ତି, ସେମାନେ ଧୀମା ଗତିରେ କାମ କରୁଛନ୍ତି । ବିଧାୟକମାନଙ୍କ ଅସୁବିଧା ହେଉଛି । ଟେଣ୍ଡର ଅନ୍ୟମାନଙ୍କୁ ଦିଅନ୍ତୁ । ଷ୍ଟେଟ ଗେଷ୍ଟ ହାଉସରେ ଆମେ ରହୁଛୁ ।




